ରୁଚିସ୍ମିତାଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ଟୁଇଷ୍ଟ, ବାପା କହିଲେ- ସେ ଡିପ୍ରେସନରେ ଥିଲା…
27/03/2023 at 11:00 AM

ବଲାଙ୍ଗିର ୨୭।୦୩ : ଆଲବମ୍ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ଟୁଇଷ୍ଟ। ରୁଚିସ୍ମିତାଙ୍କ ବାପା କହିଲେ ଡିପ୍ରେସନରେ ଥିଲା ରୁଚିସ୍ମିତା। ଡିପ୍ରେସନ ପାଇଁ ଔଷଧ ମଧ୍ୟ ଖାଉଥିଲେ ରୁଚିସ୍ମିତା। ହେଲେ କେଉଁ କାରଣ ପାଇଁ ସେ ଡିପ୍ରେସ ଥିଲେ ତାହା ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ଗୃହରେ ରୁଚିସ୍ମିତାଙ୍କ ଶବ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ସୁଦପଡା ସ୍ଥିତ ଘରେ ରବିବାର ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ ମଧ୍ୟ କରିଛି ।
ରୁଚିସ୍ମିତା ଗୁରୁ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ଜଣାଶୁଣା । ଏବେ ଏହି ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟୁଇଷ୍ଟ । ରୁଚିସ୍ମିତାଙ୍କ ବାପାଙ୍କ ଅନୁସାରେ, ଡିପ୍ରେସନରେ ଥିଲା ରୁଚିସ୍ମିତା। ଡିପ୍ରେସନ ପାଇଁ ଔଷଧ ମଧ୍ୟ ଖାଉଥିଲେ ରୁଚିସ୍ମିତା। ହେଲେ କେଉଁ କାରଣ ପାଇଁ ସେ ଡିପ୍ରେସ ଥିଲେ ତାହା ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ଗୃହରେ ରୁଚିସ୍ମିତାଙ୍କ ଶବ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।