ଆସିଲା ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ଯାଇଛି ଜୀବନ

Published By : Prameya-News7 Bureau | July 05, 2022 IST

ଭୁବନେଶ୍ୱର ୦୫/୦୭: ଭୁବନେଶ୍ୱର ବିଜେବି ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲା । ଆସିଲା ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ସ୍ପଷ୍ଟ ଲେଖା ଅଛି ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି । ତେବେ ରୁଚିକାଙ୍କ ଭିସେରା ପରୀକ୍ଷା ପାଇଁ SFSLକୁ ପଠାଯାଇଛି ।

ସୂଚନା ଥାଉକି, ବିଜେବି କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା ରୁଚିକା ମହାନ୍ତିଙ୍କ ମୃତଦେହ । କାରୁବାକି ଛାତ୍ରୀ ହଷ୍ଟେଲ ରୁମ୍‌ରେ ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍‌ରେ ପଡିଥିବା ବେଳେ ରୁମ୍‌ କବାଟ ଭିତର ପଟୁ ବନ୍ଦ ରହିଥିଲା । ମୃତ ରୁଚିକା ମହାନ୍ତି ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ ।

ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ଏବେ ପୋଷ୍ଟମର୍ଟମରେ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.