previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, ୭୫ ଜଣଙ୍କୁ ପଚରାଉଚରା ସହ ବୟାନ ରେକର୍ଡ

5/07/2022 at 8:26 AM

ଭୁବନେଶ୍ୱର ୦୫/୦୭: ଦିନକୁ ଦିନ ରହସ୍ୟାବୃତ୍ତ ହେବାରେ ଲାଗିଛି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଦ୍ୱିତୀୟ ଦିନରେ ୧୨ ଘଣ୍ଟାର ମାରାଥନ ପଚରାଉଚୁରା କରିଛି ପୋଲିସ । ରାତି ୧୦ଟା ପରେ ହଷ୍ଟେଲରୁ ବାହାରିଥିଲା ପୋଲିସ । ହଷ୍ଟେଲର ୭୫ ଜଣଙ୍କୁ ପଚରାଉଚରା କରିବା ସହ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିଛି ।

୭୫ ଜଣଙ୍କ ମଧ୍ୟରେ ଅଛନ୍ତି ବ୍ୟାଚମେଟ, ସିନିୟର ଛାତ୍ରୀ, ଜୁନିୟର ଛାତ୍ରୀ । ସେହିପରି ରୁଚିକାଙ୍କ ମୋବାଇଲ ସିଡ଼ିଆର ମାଗିଛି ପୋଲିସ । ଯାହା ସୂଚନା ମିଳିଛି ମଙ୍ଗଳବାର ମଧ୍ୟ ବି ହଷ୍ଟେଲରେ ପୋଲିସ କରିବ ପଚରା ଉଚୁରା କରିବ । ସେପଟେ ଏବେ ବି ତିନି ସିନିୟରଙ୍କ କୌଣସି ସୁରାକ୍ ପାଇନି ପୋଲିସ । ସେପଟେ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ଚୁଚିକାଙ୍କ ପରିବାର ।

   Related Posts