previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୬ ଦିନ, ୩ ସିନିୟରଙ୍କ ମିଳୁନି ପତ୍ତା

7/07/2022 at 10:16 AM

ଭୁବନେଶ୍ୱର ୦୭/୦୭: ବିଜେବି କଲେଜ ରୁଚିକା ଆତ୍ମହତ୍ୟା ମାମଲାକୁ ୬ ଦିନ ବିତିଗଲାଣି । ହେଲେ ଏବେ ବି ପୋଲିସର ହାତ ଖାଲି । କୁଆଡେ ଗଲେ ୩ ସିନିୟର ଛାତ୍ରୀ । ତାଙ୍କର ମିଳୁନି ପତ୍ତା । କାହିଁକି ପୋଲିସ ସେମାନଙ୍କର ପତ୍ତା ପାଇପାରୁନାହିଁ । ଏବେବି ପୋଲିସର ହାତ ଖାଲି । ଏହା ଭିତରେ ୧୭୦ରୁ ଉର୍ଦ୍ଧ୍ୱ କାରୁବାକୀ ହଷ୍ଟେଲର ଅନ୍ତେବାସୀ ଓ କଲେଜ କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ପୋଲିସ ।

ଆଜି ବି କମିଶନରେଟ ପୋଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ କଲେଜ ଯାଇ ଛାନଭିନ୍ କରିବ । ସେପଟେ ଝିଅକୁ ନ୍ୟାୟ ଦାବିରେ ପ୍ରବଳ ବର୍ଷା ସତ୍ତ୍ୱେ ୫ ଦିନ ହେଲା ଧାରଣାରେ ବସିଛନ୍ତି ଚୁଚିକାଙ୍କ ବାପା ମାଆ ଓ ବିଭିନ୍ନ ଛାତ୍ର ସଙ୍ଗଠନ । ଘଟଣାର ସିବିଆଇ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

   Related Posts