ବାଲିଯାତ୍ରାରେ ଜମୁଛି ବ୍ୟବସାୟ, ରୁଚି ମସଲା କାଉଣ୍ଟରରେ ଗ୍ରାହକଙ୍କ ନାହିଁ ନଥିବା ଭିଡ

Published By : Prameya-News7 Bureau | December 04, 2023 IST

କଟକ ୪।୧୨: ଐତିହାସିକ ବାଲିଯାତ୍ରା ପଡ଼ିଆରେ ଜମିବାରେ ଲାଗିଛି ବ୍ୟବସାୟ । ଚଳିତ ବର୍ଷ ମସଲା ଓ ଘରକରଣା ସାମଗ୍ରୀ କିଣିବା ପାଇଁ ନାହିଁ ନଥିବା ଭିଡ ଜମିଥିବା ବେଳେ ବାଲିଯାତ୍ରା ପଡିଆରେ ଥିବା ରୁଚି ମସଲାର କାଉଣ୍ଟରରେ ଗ୍ରାହକ ମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ବାଲିଯାତ୍ରାରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗୋଟିଏ ମସଲା କିଣିଲେ ଗୋଟିଏ ମସଲା ମାଗଣାରେ ଦେବା ଅଫର୍ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି । ଏହାସହ ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ମସଲା କିଣିବାରେ ଅନ୍ୟ ଉପହାର ମଧ୍ୟ ରଖା ଯାଇଥିବା ରୁଚି ଉଦ୍ୟୋଗର ଡେଭଲପମେଣ୍ଟ ଅଫିସର୍ କଥା କହିଛନ୍ତି । ଅନ୍ୟପଟେ ଏହି ଅଫରକୁ ବାଲିଯାତ୍ରା ଆସୁଥିବା ଲୋକେ ହାତଛଡ଼ା କରିନାହାନ୍ତି ।

ସେପଟେ, ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ  ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ  ଆବଶ୍ୟକ  ପଦକ୍ଷେପ  ନେବା  ପାଇଁ  ମୁଖ୍ୟମନ୍ତ୍ରୀ  ଜିଲ୍ଲା  ପ୍ରଶାସନ କୁ ନିର୍ଦ୍ଦେଶ  ଦେଇଛନ୍ତି ।

ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି । ଏଥିରେ ବିପୁଳ ଜନ ସମାଗମ ହେଉଛି । କାର୍ତ୍ତିକ ପୂର୍ଣ୍ଣିମାରୁ  ଆରମ୍ଭ  ହୋଇଥିବା  ବାଲିଯାତ୍ରା  ସୋମବାର  ଶେଷ  ହେବାର  ଥିଲା । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଏହା ମଙ୍ଗଳବାର ଦିନ ଶେଷ ହେବ ।

ଆହୁରି ଦୁଇ ଦିନ ବଢିପାରେ ବାଲିଯାତ୍ରା, ସରକାରଙ୍କୁ ନିବେଦନ କଲେ କଟକ ମେୟର

ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଗୋଟିଏ କିମ୍ବା ଦୁଇ ଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା କଟକ ମେୟର ସୁବାସ ସିଂ । ରବିବାର ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଛି । ସୋମବାର ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି କଟକ ମେୟର ସୁବାସ ସିଂ ସୂଚନା ଦେଇଥିଲେ ।

ବାଲିଯାତ୍ରା ଆଉ ଦୁଇ ଦିନ ବୃଦ୍ଧି କରିବାକୁ କଟକ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବାଲିଯାତ୍ରା ସୂଚାରୁ ଢଙ୍ଗରେ ପରିଚାଳିତ ହେଉଛି । ବ୍ୟବସାୟୀଙ୍କ ବ୍ୟବସାୟ ଲାଗି ଭରପୁର ସୁଯୋଗ ମିଳୁଛି । ତେଣୁ ବାଲିଯାତ୍ରାକୁ ଅନ୍ତତଃପକ୍ଷେ ଦୁଇ ଦିନ ବୃଦ୍ଧି କରାଯାଇ ୬ ତାରିଖ ବୁଧବାର ଯାଏ ମେଳା ଆୟୋଜନ କରିବାକୁ ଅନୁମତି ଦିଆଯାଉ ବୋଲି ମେୟର ଅନୁରୋଧ କରିଛନ୍ତି ।

wp:embed {"url":"https://www.youtube.com/embed/KFVj8WmoAfg","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/KFVj8WmoAfg
/wp:embed

You Can Read :

wp:embed {"url":"https://www.prameyanews7.com/achievements-of-soa-school-of-hotel-management-students/","type":"wp-embed","providerNameSlug":"prameya-news-7"}
https://www.prameyanews7.com/achievements-of-soa-school-of-hotel-management-students/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.