ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାମଦେବଙ୍କ ରୁଚି ସୋୟା ରାଜସ୍ୱରେ ୪୮.୨୨ ପ୍ରତିଶତ ବୃଦ୍ଧି, ନିବେଶକଙ୍କ ପାଇଁ ୨୫୦% ଲାଭାଂଶ ଘୋଷଣା

27/05/2022 at 5:51 PM

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପର ମାଲିକାନାରେ ଥିବା କମ୍ପାନି ରୁଚି ସୋୟା ଶୁକ୍ରବାର ଆର୍ଥିକ ବର୍ଷ ୨୦୨୧-୨୨ର ମାର୍ଚ୍ଚ ତ୍ରୈମାସର ପରିଣାମ ଘୋଷଣା କରିଛି। କମ୍ପାନିର ଆୟ ଏବଂ ଲାଭରେ ବଡ଼ ବୃଦ୍ଧି ହୋଇଛି। ଏହାସହ କମ୍ପାନି ନିବେଶକଙ୍କ ପାଇଁ ଲାଭାଂଶ ଦେବାକୁ ଘୋଷଣା କରିଛି।

କମ୍ପାନି ପକ୍ଷରୁ ଘରୋଇ ପୁଞ୍ଜି ବଜାରକୁ ଦିଆଯାଇଥିବା ସୂଚନା ଅନୁସାରେ, ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନିର ଆୟରେ ୪୪.୨୨ ପ୍ରତିଶତ ବୃଦ୍ଧି ହୋଇଛି। ଚଳିତ ବର୍ଷ ରୁଚି ସୋୟାର ଆୟ ୨୪,୨୮୪ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷରେ ପ୍ରାୟ ୧୬,୩୮୨ କୋଟି ଟଙ୍କା ରହିଥିଲା। ସେହିପରି କମ୍ପାନିର ଲାଭରେ ୧୮.୫୦ ପ୍ରତିଶତ ବୃଦ୍ଧି ହୋଇଛି। ଆର୍ଥିକ ବର୍ଷ ୨୦୨୧-୨୨ କମ୍ପାନିକୁ ୮୦୬ କୋଟି ଟଙ୍କା ଲାଭ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ପ୍ରାୟ ୬୮୦ କୋଟି ଟଙ୍କା ରହିଥିଲା।

ମାର୍ଚ୍ଚ ତ୍ରୈମାସରେ ରୁଚି ସୋୟାର ଲାଭରେ ୨୫ ପ୍ରତିଶତ ହ୍ରାସ ଘଟିଛି। ମାର୍ଚ୍ଚ ତ୍ରୈମାସରେ କମ୍ପାନିକୁ ୨୩୪ କୋଟି ଟଙ୍କା ଲାଭ ହୋଇଛି ଯାହା ଗତ ବର୍ଷ ସମାନ ଅବଧିରେ କମ୍ପାନିକୁ ୩୧୪ କୋଟି ଲାଭ ହୋଇଥିଲା। ପରିଣାମ ଜାରି କରିବା ସହ ରୁଚି ସୋୟା ୨ ଟଙ୍କାର ଫେସ ଭେଲ୍ୟୁ ଥିବା ସେୟାର ଉପରେ ୫ ଟଙ୍କା ଲାଭାଂଶ(ଡିଭିଡେଣ୍ଟ) ଦେବାକୁ ଘୋଷଣା କରିଛି। କମ୍ପାନି ପକ୍ଷରୁ ଏହା ଆଜି ଯାଏଁର ସବୁଠୁ ବଡ଼ ଡିଭିଡେଣ୍ଟ ଅଟେ। ଏହା ପୂର୍ବରୁ ୨୦୦୮ରେ କମ୍ପାନି ୨୫ ପ୍ରତିଶତ ଡିଭିଡେଣ୍ଟର ଘୋଷଣା କରିଥିଲା।

ରୁଚି ସୋୟାର ପରିଣାମ ଉପରେ ପ୍ରତିକ୍ରିୟା ଦେଇ ବାବା ରାମଦେବ କହିଛନ୍ତି, ଦୁନିଆରେ ଯୁଦ୍ଧ ଏବଂ ଦରବୃଦ୍ଧି ସତ୍ତ୍ୱେ କମ୍ପାନିର ବାର୍ଷିକ ଟର୍ଣ୍ଣଓଭର ୨୪,୨୮୪ କୋଟିରୁ ଅଧିକ ଟଙ୍କା ରହିଛି। ଜୁନ ଶେଷ ସୁଦ୍ଧା ରୁଚି ସୋୟାର ନା ପରିବର୍ତ୍ତନ କରାଯାଇ ପତଞ୍ଜଳି ଫୁଡ୍ କରାଯିବ। କମ୍ପାନିର ୟେସାରଧାରକଙ୍କୁ ଅଧିକରୁ ଅଧିକ ଲାଭାଂଶ ଦେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।  

   Related Posts