ମୁମ୍ବାଇ ୧୫/୮: କୁହାଯାଏ ଯେ ଯେତେବେଳେ ମନୁଷ୍ୟର ସମୟ ଆସିଥାଏ ସେତେବେଳେ ସେ ସବୁ ଯୁଦ୍ଧ ଲଢ଼ିବା ପରେ ଜୀବନ ହାରି ଦେଇଥାଏ। ଏପରି ହିଁ କିଛି ସାଥ ନିଭାନା ସାଥିୟା ଅଭିନେତ୍ରୀ ରୁଚା ହସବନିସଙ୍କ ବାପାଙ୍କ ସହ ହୋଇଛି। ରୁଚାଙ୍କ ବାପାଙ୍କୁ କରୋନା ଭାଇରସ୍ ସଂକ୍ରମଣ ହୋଇଥିଲା କିନ୍ତୁ ସେ ଏହାକୁ ମାତ୍ ଦେଇଥିଲେ। କିନ୍ତୁ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ପରଲୋକ ହୋଇଯାଇଛି। ରୁଚା ନିଜେ ଏହି ବିଷୟରେ ପୋଷ୍ଟ କରି କହିଥିଲେ ଯେ କିପରି ତାଙ୍କ ବାପା କରୋନାକୁ ହରାଇଥିଲେ। କିନ୍ତୁ ଭାଗ୍ୟକୁ ଆଉ କିଛି ମଞ୍ଜୁର ଥିଲା।
wp:core-embed/instagram {"url":"https://www.instagram.com/p/CD3pOACh-dZ/?utm_source=ig_embed","type":"rich","providerNameSlug":"instagram","className":""} /wp:core-embed/instagramରୁଚାଙ୍କ ବାପା ଅଗଷ୍ଟ ୮ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ବାପାଙ୍କ ସ୍ମୃତିରେ ରୁଚା ଏକ ଇମୋସନାଲ୍ ପୋଷ୍ଟ ଲେଖିଥିଲେ। ସେ ଆକାଶର ଏକ ଫଟୋ ସେୟାର କରିଥିଲେ,ଯେଉଁଥିରେ ଲେଖାଥିଲା-‘ଡ୍ୟାଡି,ମୁଁ ଆପଣଙ୍କୁ ତାରାର ଆରପାରିରେ ଦେଖିବି। ’ ଏହି ପୋଷ୍ଟର କ୍ୟାପସନରେ ରୁଚା ଲେଖିଛନ୍ତି- ଏବେ ଆପଣ ଶାନ୍ତିରେ ଶୋଇ ପଡ଼ନ୍ତୁ,ଡ୍ୟାଡି।୮.୮.୨୦୨୦
{"id":314934,"sizeSlug":"large"}ଅଗଷ୍ଟ ୨ତାରିଖରେ ରୁଚା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନିଜ ବାପାଙ୍କ ସ୍ବାସ୍ଥ୍ୟ ବିଷୟରେ ଅପଡେଟ୍ ଦେଇଥିଲେ। ସେ ଲେଖିଥିଲେ ଯେ- ତାଙ୍କ ବାପା କରୋନାକୁ ହରାଇ ଦେଇଛନ୍ତି। କିନ୍ତୁ ଏବେ ସେ ଫୁସଫୁସ୍ ରୋଗରେ ଜୀବନ ଯୁଦ୍ଧ ଲଢ଼ୁଛନ୍ତି। ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କୁ ନିଜ ପ୍ରାର୍ଥନାରେ ରଖନ୍ତୁ ଏବଂ ଆଶା କରନ୍ତୁ ଯେ ସେ ଖୁବ ଶୀଘ୍ର ଠିକ୍ ହୋଇଯିବେ। ଆପଣ ସମସ୍ତେ ନିଜ ଧ୍ୟାନ ରଖନ୍ତୁ।
{"id":314935,"sizeSlug":"large"}ଏହି ପୋଷ୍ଟରେ ଟିଭି ଇଣ୍ଡଷ୍ଟ୍ରିର ବହୁତ କଳାକାର ଯେପରି ଅଦା ଖାନ୍ ସହ ଅନ୍ୟମାନେ କମେଣ୍ଟ କରି ରୁଚାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ଦୁର୍ଭାଗ୍ୟବଶତଃ ରୁଚାଙ୍କ ବାପା ଆଉ ନାହାନ୍ତି।
{"id":314936,"sizeSlug":"large"}