ଯାଆଁଳା ସନ୍ତାନର ମାଆ ହେବେ ରୁବିନା, କହିଲେ କାହିଁକି ଲୁଚାଇକି ରଖିଥିଲେ ଏହି ଖବର...

Published By : Prameya-News7 Bureau | November 29, 2023 IST

ମୁମ୍ଵାଇ ୨୯।୧୧: ଟେଲି ଅଭିନେତ୍ରୀ ରୁବିନା ଦଲାଇକ୍‌ । ବର୍ତ୍ତମାନ ସେ ସିରିଏଲ୍‌ରୁ ବିରତି ନେଇଛନ୍ତି। ସମସ୍ତେ ଜାଣିଛନ୍ତି ଯେ ରୁବିନା ଗର୍ଭବତୀ ଅଟନ୍ତି। ହେଲେ ଦୀର୍ଘ ଦିନ ଧରି ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ବହୁତ ସମୟ ପରେ ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ । ଅଭିନେତ୍ରୀ ନିଜର ଭ୍ଲଗ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହିତ ତାଙ୍କର ଦୈନିକ ଜୀବନର ଅନୁଭୂତି ବିଷୟରେ ସେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଏପରି କିଛି କହିଛନ୍ତି । ଯାହାକୁ ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ନିକଟରେ ସେ ତାଙ୍କର ଗୋଟିଏ ନୁହେଁ ୨ଟି ପିଲାର ମାଆ ହେବାକୁ ଯାଉଛନ୍ତି ବୋଲି କନଫର୍ମ କରିଛନ୍ତି। ରୁବିନା ଏକ ପୋଡକାଷ୍ଟରେ ଏହାର ଖୁଲାସା କରିଛନ୍ତି।  ରୁବିନା କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଯାଆଁଳା ଗର୍ଭବତୀ ଅଛନ୍ତି, ସେତେବେଳେ ସେ ଏବଂ ତାଙ୍କ ସ୍ୱାମୀ ଅଭିନାଭ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର ପ୍ରଥମେ ତାଙ୍କୁ ଚେତାବନୀ ଦେଇଥିଲେ ଯେ ୧୨ ସପ୍ତାହ ଅତ୍ୟନ୍ତ ଗମ୍ଭୀର, ତେଣୁ ଏପର୍ଯ୍ୟନ୍ତ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଆମେ ୩ ମାସ ପାଇଁ ଆଉ କାହାକୁ କହିଲୁ ନାହିଁ ।

ଏହା ପରେ ରୁବିନା କହିଛନ୍ତି  ଯେ ଯେତେବେଳେ ସେ ତୃତୀୟ ମାସର ପ୍ରେଗନେନ୍ସି ସ୍କାନ କରି ଫେରୁଥିଲେ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ପରେ ସେ ବହୁତ ନର୍ଭସ ଥିଲେ ଏବଂ ନିଜ ପିଲାମାନଙ୍କ ବିଷୟରେ ଚିନ୍ତିତ ଥିଲେ । ଏହି କାରଣରୁ ସେ ତାଙ୍କ ଗର୍ଭଧାରଣକୁ ଏତେ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ବର୍ତ୍ତମାନ ରୁବିନା ଯେକୌଣସି ସମୟରେ ମା ହେବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ପୁରା ପରିବାର ମୁମ୍ବାଇ ଆସିଛନ୍ତି। ସମସ୍ତେ ତାଙ୍କ ଛୋଟ ପିଲାମାନଙ୍କୁ ଅପେକ୍ଷା କରିଛନ୍ତି।

wp:embed {"url":"https://www.prameyanews7.com/ranbir-kapoor-shares-he-wants-to-stop-working/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ranbir-kapoor-shares-he-wants-to-stop-working/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.