ହର୍ଣ୍ଣ ଉପରେ କଟକଣା : ଘରୋଇ ବସ୍‌ରେ ଆରଟିଓଙ୍କ ଚଢାଉ

Published By : Prameya-News7 Bureau | July 06, 2019 IST

ଭୁବନେଶ୍ବର ୬|୭: ଆଉ ରାଜରାସ୍ତାରେ ଶୁଣିବାକୁ ମିଳିବନି  କର୍କସ ପେଁ ପାଁ ହର୍ଣ୍ଣ । ଏବେ ନିୟମ କଡାକଡି । ଭୁବନେଶ୍ବର ଆରଟିଓଙ୍କ ପକ୍ଷରୁ ବାଣୀବିହାର ଓଭରବ୍ରୀଜ ଉପରେ  ଏନେଇ ଘରୋଇ ବସଗୁଡିକର ଯାଞ୍ଚ  କରାଯାଇଛି । ଯେଉଁ ବସରେ  ନିର୍ଦ୍ଧାରିତ ଶବ୍ଦ ଠାରୁ ଅଧିକ ମାତ୍ରାର ହର୍ଣ୍ନ ଲାଗିଛି ତାହାର କାହାଳି ବା ସ୍ପିକର ଖୋଲିନିଆଯାଇଛି ।

ଏବେ ଆଉ ବସ୍‌ ର ହର୍ଣ୍ଣରେ ହଟାତ ଚମକି ପଡିବେନି କିମ୍ବା ଡରିଯିବେନି ଅନ୍ୟ ପଥଯାତ୍ରୀ  । କାରଣ  ଉଭୟ ଘରୋଇ ଏବଂ ସରକାରୀ ବସ୍‌ର ହର୍ଣ୍ଣ  ଉପରେ ଅଙ୍କୁଶ ଏବେ କଡାକଡି । ବସରେ ଲାଗିଥିବା ହର୍ଣ୍ଣ ନିର୍ଦ୍ଧାରିତ ମାତ୍ରା ଠାରୁ ଅଧିକ ଆବାଜ କରିବା ମନା । ଯଦି  ଏହି ନିୟମ ଉଲଂଘନ ହୁଏ, ତେବେ ବସ୍‌ର ରୁଟ ପରମିଟକୁ ବାତିଲ କରିଦିଆଯିବ । ଟ୍ରାନ୍ସପୋର୍ଟ ବିଭାଗ  ପକ୍ଷରୁ ଏହା ସ୍ପଷ୍ଟ କରିଦିଆଯାଇଛି ।  ଏପରିକି , ଏଥିଲାଗି ଶନିବାର  ବାଣୀବିହାର ଓଭରବ୍ରୀଜ ଉପରେ କରାଯାଇଥିଲା ଅତର୍କୀତ ଯାଞ୍ଚ । ପ୍ରତି ବସକୁ ଅଟକାଇ ସଗୁଡିକର ହର୍ଣ୍ନ ଚେକିଂ  କରିଥିଲେ ପରିବହନ ବିଭାଗ କର୍ମଚାରୀ  । ଅଧିକ ଆବାଜ କରୁଥିବା ହର୍ଣ୍ନ ସବୁର କାହାଳୀ ଗୁଡିକୁ ବସ୍‌ରୁ କାଢି ନେଇଥିଲେ  ଆରଟିଓ କର୍ମଚାରୀ ।

ଆରଟିଓର କଡା ଯାଞ୍ଚ ବେଳେ ବସ୍‌ କର୍ମଚାରୀଙ୍କ ସଫେଇ କିନ୍ତୁ ଅଲଗା । ସେମାନଙ୍କ କହିବା କଥା ହେଲା, ରାସ୍ତାରେ ଲୋକେ ସାମାନଙ୍କ ଯାନ ଅକାଇ କଥା ବାର୍ତ୍ତା ହେବା ଆଳରେ  ବାଟ ଛାଡୁ ନାହାନ୍ତି । ଅନ୍ୟ ଯାନ ବି ସାଇଡ୍‌ ଦେଉନଥିବାରୁ ଉଚ୍ଚ ସ୍ବରର ହର୍ଣ୍ଣ ଲାଗାଇବାକୁ  ସେମାନେ ବାଧ୍ୟ ହେଉଥିବା କହିଛନ୍ତି ବସ୍ ଚାଳକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.