ଆରଟିଓ କାର୍ଯ୍ୟାଳୟରେ ଚାଲିଛି ଲାଞ୍ଚ କାରବାର, ଦେଖନ୍ତୁ ପୂରା ଦୃଶ୍ୟ…
22/02/2020 at 9:56 PM

ନବରଙ୍ଗପୁର୨୨/୨: ନବରଙ୍ଗପୁର ଆରଟିଓରେ ଚାଲିଛି ଲାଞ୍ଚ କାରବାର । ଏକଥା ଆମେ କହୁନୁ ଏକ ଭାଇରାଲ ଭିଡିଓ ଏହାର ପ୍ରମାଣ । ନବରଙ୍ଗପୁର ଆରଟିଓ ଗଣେଶ୍ବରର କହଁର ଲାଞ୍ଚ ନେଉଥିବା ଏକ ଭିଡିଓରୁ ଜଣାପଡିଛି । ଭାଇରାଲ ଭିଡିଓରେ ଜଣେ ଯୁବକ ଆରଟିଓଙ୍କୁ ଟଙ୍କା ମାଗୁଛନ୍ତି ।
ଚାକିରୀ ହେଲା ନି ତ ଟଙ୍କା ଫରାଅ ବେ।ଲି କହୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଡ୍ରାଇଭିଂ ଏବଂ ଲର୍ନିଙ୍ଗ ଲାଇସେନ୍ସ କରିବା ସମୟରେ ଲୋକମାନଙ୍କ ଠାରୁ ଟଙ୍କା ଲଞ୍ଚ ନେବା ବିଷୟରେ କଥା ହୋଉଥିବା ବେଳେ ୧୫୦୦୦ ଟଙ୍କା ଏବଂ ୩୦୦୦୦ ଟଙ୍କା ଫେରେଇବା ପାଇଁ ସମ୍ପୃକ୍ତ ଯୁବକ କହୁଛନ୍ତି । ଆରଟିଓଙ୍କୁ ଟଙ୍କା ଦେଇଥିବା ଯୁବକ ନିଜେ ତାଙ୍କ ମୋବାଇଲରେ ଏହି ଭିଡିଓ ସୁଟିଂ କରିଛନ୍ତି। ଏହି ଭିଡିଓକୁ ନବରଙ୍ଗପୁରର ଜଣେ ଯୁବ ଆଇନଜୀବୀ ଇମ୍ରାନ ସାରିଫ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ଼ କରି ଭାଇରାଲ କରିଛନ୍ତି। ଫେସବୁକ ଏବଂ whatsapp ରେ ଘୁରି ବୁଲୁଛି ଏହି ଭିଡିଓ।