ଭଦ୍ରକ ୧୭।୦୮ : ସେଣ୍ଟ୍ରାଲ ଟାଇମ ଉଲଂଘନ ଅଭିଯୋଗ । ଷ୍ଟାଣ୍ଡକୁ ନଆସି ବାଇପାସ ଦେଇ ପଳାଉଛନ୍ତି ଅନେକ ବସ୍ । ଏତିକି ବେଳେ ଆଞ୍ଚଳିକ ପରିବହନ ବିଭାଗ ହାବୁଡ଼ରେ ପଡି ତଣ୍ଡ ଗଣିଛନ୍ତି ତିନୋଟି ବସ୍ । ଆଞ୍ଚଳିକ ପରିବହନ ବିଭାପ ତରଫରୁ କରାଯାଇଛି ଦୁଇଟି ଟିମ୍ ।
{"id":832073,"sizeSlug":"full","linkDestination":"none"}
ଖବର ଅନୁଯାୟୀ, ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଯାଞ୍ଚ କରାଯାଉଛି । ତିନୋଟି ବସ୍କୁ ମଧ୍ୟ ଫାଇନ୍ ଲଗାଯାଇଛି । ଏହି ବସ ଗୁଡିକ ସେଣ୍ଟ୍ରାଲ ପରମିଟ ଟାଇମର ନିୟମ ଉଲଂଘନ କରୁଥିବାର ସୂଚନା ମିଳିଛି । ନିର୍ଦ୍ଧାରିତ ସମୟରେ ବସ ଗୁଡିକ ଷ୍ଟାଣ୍ଡକୁ ନଆସି ବାଇପାସ ରାସ୍ତା ବା ଓଭର ବ୍ରିଜ ଦେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ।
{"id":832074,"sizeSlug":"full","linkDestination":"none"}
ତେବେ ଯାତ୍ରୀଙ୍କର ଅସୁବିଧାକୁ ନଜରରେ ରଖି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗର ଅତିରିକ୍ତ ଆରଟିଓ ବାମଦେବ ସାହୁଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ ହୋଇଛି । ଗୋଟିଏ ଟିମ ବନ୍ତ ଛକ ନିକଟ ବସ ଷ୍ଟାଣ୍ଡରେ ଯାଞ୍ଚ କରିବା ବେଳେ ଅନ୍ୟ ଟିମ ବାଇପାସ ନିକଟରେ ଜଗି ରହି ବସର ପରମିଟ ଓ ଟାଇମିଂ ଯାଞ୍ଚ କରିଛନ୍ତି । ପରମିଟ ନିୟମ ଅନୁଯାୟୀ ଟାଇମିଂ ଉଲଂଘନ ଅଭିଯୋଗରେ ତିନୋଟି ଗୋଟି ବସକୁ ୧୦ ହଜାର ଲେଖାଏଁ ଜରିମାନା ଲଗାଯାଇଛି । ଏହି ଯାଞ୍ଚ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି କହିଛନ୍ତି ଅତିରିକ୍ତ ଆରଟିଓ ।
wp:embed {"url":"https://www.prameyanews7.com/ravi-shastri-reaction-on-world-cup-team-selection/","type":"wp-embed","providerNameSlug":"prameya-news-7"}