Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

କଳା କାରନାମା ପଦାରେ ପଡିବା ଭୟରେ ଦିଆଯାଉନି ଆରଟିଆଇ ତଥ୍ୟ, ୨୫ରେ ଧାରଣା ଦେବେ ପୂର୍ବତନ ବିଧାୟକ

20/11/2022 at 9:55 PM

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଇଟିଡିଏ ଅଫିସରେ ବିଭିନ୍ନ କାର୍ଯ୍ୟର ଆରଟିଆଇ ତଥ୍ୟ ମାଗିବା ପରେ ତଥ୍ୟ ଦେବା ଦେବା କହି ବାରମ୍ବାର ଘୁରାଇ ଶେଷରେ ମନାକରିବା ଘଟଣା ଏବେ ଆନ୍ଦୋଳନ ରୂପ ନେଇଛି। ବରିଷ୍ଠ ଆଇନଜୀବୀ ଏବଂ ପୂର୍ବତନ ବିଧାୟକ ଆରଟିଆଇ ମାଗିଲେ ବି ତଥ୍ୟ ଦିଆଯାଉନାହିଁ।

ସୂଚନାଯୋଗ୍ୟ ନୀଳଗିରି ଗୋଟେ ଆଦିବାସୀ ବ୍ଲକ ହୋଇଥିବା ବେଳେ ଅଞ୍ଚଳରେ ଉନ୍ନୟନ ନାଁରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦତ୍ତ କୋଟିକୋଟି ଟଙ୍କାର ଅନିୟମିତତା ଅଭିଯୋଗ ଉଠିଥିଲା।ବହୁ ସ୍ଥାନରେ ଏନଆରଇଜିଏସ ଯୋଜନାରେ ମେସିନରେ କାମ କରି ହିତାଧିକାରୀଙ୍କ ଜାଲ ଟିପ ଓ ଦସ୍ତଖତ କରାଯାଇ ଟଙ୍କା ଉଠାଣ ହୋଇଛି।ପିଏଲସି ମିଟିଙ୍ଗ ରେ ରିଜୋଲେସନକୁ ଉଲ୍ଲଂଘନ କରି କୋଟିଏ ଟଙ୍କାର ଉର୍ଦ୍ଧ୍ବ କାମ ଗୁଡିକ ଟେଣ୍ଡର ନକରି ଡିପାର୍ଟମେଣ୍ଟ କରାଯାଉଛି।ରାଜନେତା ମାନଙ୍କ ଚିଠାରେ କାମ ଦିଆଯାଇ ଖୋଲା ଖୋଲି ନିୟମକୁ ଉଲଂଘନ କରାଯାଉ ଥିବା ଅଭିଯୋଗ ଉଠିଛି।

ଖାଲି ସେତିକି ନୁହଁ ଆଦିବାସୀମାନଙ୍କୁ ସ୍ୱାବଲମ୍ବୀ ନେଇ ବହୁ ଯୋଜନାରେ ଆସିଥିବା ଅର୍ଥକୁ ସଠିକ ବିନିଯୋଗ କରାନଯାଇ ଅର୍ଥ ଗୁଡିକ ହଡପ ହୋଇଥିବା କୁହାଯାଇଛି। ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସମସ୍ତ ବିବରଣୀ ଜାଣିବା ପାଇଁ ବିଭିନ୍ନ ଯୋଜନାରେ କାମ ଗୁଡିକ ର ବିଲ,ଏଷ୍ଟିମେଣ୍ଟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆରଟିଆଇ ରେ ମାଗିଥିଲେ।ତାଙ୍କୁ ନିଶ୍ଚିତ ଦିଆଯିବ ବୋଲି ବାରମ୍ବାର କର୍ମଚାରୀ ଓ ଅଧିକାରୀ କହି ଆସୁଥିଲେ।ମାସେ ପୁରିବାରୁ ପୁଣି ଶ୍ରୀ ଷଡ଼ଙ୍ଗୀ ତଥ୍ୟ ଦିଅନ୍ତୁ ନଚେତ ମୁଁ ଅପିଲି କରିବି ବୋଲି କହିଥିଲେ।ପୁଣି ତାଙ୍କୁ ତାରିଖ ଉପରେ ତାରିଖ ଗଡାଇ ଗଡାଇ ଚାଲିଥିଲେ।ଅପିଲି ତାରିଖ ଗଡିଯିବା ପରେ ସେ ପୁଣି ମାଗିବାରୁ ବିଭାଗୀୟ କିରାଣୀ ଆଉ ଦେଇହେବନି ପିଏ ଙ୍କୁ କୁହନ୍ତୁ ବୋଲି କହିଥିଲେ। ପୁଣି ଷଡ଼ଙ୍ଗୀ ପିଏଙ୍କୁ ପଚାରିବାରୁ ନିରାଶ ହୋଇ ଶେଷରେ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ବିଭାଗର ଏଭଳି ବ୍ୟବହାର ଉପରେ ବର୍ଷିଛନ୍ତି।ଜଣେ ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ବିଧାୟକଙ୍କୁ ଯଦି ଆରଟିଆଇ ତଥ୍ୟ ଦିଆନଯାଇ ଏଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଛି ତାହେଲେ ସାଧାରଣ ଲୋକେ କିପରି ଉପକୃତ ହେଉଥିବେ ତାହା ସ୍ପଷ୍ଟ ଅନୁମାନ କରିହେଉଛି।ତେବେ ଏଭଳି ବ୍ୟବହାର ପ୍ରତିବାଦରେ ସେ ଆଗାମୀ ୨୫ ତାରିଖ ଦିନ ଆଇଟିଡିଏ ଅଫିସ ସାମ୍ନାରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି।ଯେ ପର୍ଯ୍ୟନ୍ତ ଅଧିକାରୀ ତଥ୍ୟ ପ୍ରଦାନ କରି ନାହାଁନ୍ତି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚରମ ଚେତାବନୀ ଦେଇଛନ୍ତି।

   Related Posts