କରୋନାକୁ ନେଇ ଭାରତ ସରକାର ସତର୍କ, ଏହି ୫ଟି ଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ RT-PCR ଯାଞ୍ଚ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ ୨୪।୧୨: ବିଶ୍ୱର ଅନେକ ଦେଶରେ ଏବେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ର ସରକାର ସତର୍କ ହେବା ସହ ଏବେ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରୁଛନ୍ତି। ଏଣୁ ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ବିମାନବନ୍ଦରରେ  ଆରଟି-ପିସିଆର ପରୀକ୍ଷଣ ଜରୁରି କରାଯାଇଛି। କେନ୍ଦ୍ର ଶ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏକ ବୟାନରେ କହିଛନ୍ତି ଯେ ଏହି ସବୁ ଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ଠାରେ କରୋନାର ଲକ୍ଷଣ ମିଳେ ଅଥବା ଆରଟି-ପିସିଆର ଯାଞ୍ଚରେ ପଜିଟିଭ ଆସନ୍ତି ତେବେ ତାଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ କରାଯିବ।

{"id":724921,"sizeSlug":"full","linkDestination":"none"}

ସେହିପରି ଏହି ସବୁ ଦେଶରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୂଚନା ଲାଗି କୋଭିଡ-୧୯ ଏୟାର ସୁବିଧା ଫର୍ମ ପୁରଣ କରିବା ବାଧ୍ୟତାମୂଳକ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ ଉଡାଣରେ ଆସୁଥିବା ଯାତ୍ରୀଙ୍କ ରାଣ୍ଡୋମ କରୋନା ଭାଇରସ ଯାଞ୍ଚ ଶନିବାରଠାରୁ ବିଭିନ୍ନ ବିମାନ ବନ୍ଦରରେ ଆରମ୍ଭ କରାଯାଇଛି। ଏଥିଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଶୁକ୍ରବାର ଗାଇଡଲାଇନ ଜାରି କରିଥିଲେ। ଏଥିରେ ବିମାନର ଚାଳକ ଦଳ ସଦସ୍ୟ ସନ୍ଦିଗ୍ଧ ଯାତ୍ରୀଙ୍କୁ ବିମାନବନ୍ଦରର ଯାଞ୍ଚ ସୁବିଧା ପର୍ଯ୍ୟନ୍ତ ପହଞ୍ଚାଇବାକୁ କୁହାଯାଇଛି।

wp:html /wp:html

ଚୀନ୍‌ ଓ ଅନ୍ୟ ଦେଶମାନଙ୍କରେ କରୋନା ଭାଇରସ ସଂକ୍ରମଣ ବଢୁଥିବା ପରିସ୍ଥିତିରେ ସରକାର ପ୍ରତ୍ୟେକ ଉଡାଣରେ ମୋଟ ଯାତ୍ରୀଙ୍କ ୨ ପ୍ରତିଶତଙ୍କୁ ଆଗମନ ପରେ ବିମାନ ବନ୍ଦରରେ ରାଣ୍ଡୋମ ଯାଞ୍ଚ ଲାଗି ନିଷ୍ପତ୍ତି ହୋଇଛି। ଏଣୁ ବିମାନ ବନ୍ଦର ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାଞ୍ଚ ଲାଗି ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି। ଏହିକ୍ରମରେ ମୁ୍ମ୍ବାଇ ବିମାନ ବନ୍ଦର ଶୁକ୍ରବାର କରୋନା ଭାଇରସ ପରୀକ୍ଷଣ ଲାଗି ୬ ପଞ୍ଜିକରଣ କାଉଣ୍ଟର ଓ ୩ ସାମ୍ପଲିଂ ବୁଥ କରାଯାଇଥିବାର ସୂଚନା ଦେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.