ରଜ ପାଇଁ କଟକଣା : କପିଳାଶ ଓ ସପ୍ତଶଯ୍ୟା ସମେତ ୧୬ଟି ମନ୍ଦିରରେ ୧୪୪ ଧାରା, ରଂଜାଗୋଳରେ ହେବନି ରଜଯାତ୍ରା

Published By : Prameya-News7 Bureau | June 14, 2021 IST

ଢେଙ୍କାନାଳ ୧୪/୬ : ଆଜି ପହିଲି ରଜ । ଘରେ ଘରେ ପିଠା ପଣାର ଆସର । ତେବେ କୋରନା ମହାମାରୀ ଏହି ଉତ୍ସବର ଉତ୍ସାହକୁ ଫିକା କରିଦେଇଛି । ଏପରିକି ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଶୈବ ପୀଠ କପିଳାଶ, ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଶ୍ରୀରାମ ମନ୍ଦିର, ଢେଙ୍କାନାଳ ସହରର ବଳରାମ ଜିଉ, କୁଆଁଳ ସ୍ଥିତ ଅଷ୍ଟସମ୍ଭୁ ଓ ହିନ୍ଦୋଳ ଚିତଲପୁର ସ୍ଥିତ ଉଗ୍ରେଶ୍ୱର ମହାଦେବଙ୍କ ସମେତ ୧୬ ଟି ମନ୍ଦିର ପରିସରରେ ୧୪୪ଧାରା କରାଯାଇଛି ।

wp:gallery {"ids":[465900],"linkTo":"none"} /wp:gallery

ଅପରପକ୍ଷରେ ବହୁ ପୁରାତନ ହିନ୍ଦୋଳ ରଂଜାଗୋଳ ରଜ ଯାତ୍ରା ଉପରେ କଡା କଟକଣା ଜାରି କରାଯାଇଛି । ଫଳରେ ଦେବଦେବୀ ମନ୍ଦିର ଦର୍ଶନ ଉପରେ କଟକଣା ଲାଗୁକରିଛନ୍ତି ଜିଲ୍ଲା ପ୍ରଶାସନ । ସେପଟେ ସହର ହେଉ ଅଥବା ଗ୍ରାମାଞ୍ଚଳ ଗୁଡିକରେ ସମୂହ ଦୋଳି ଖେଳିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଫଳରେ ଚଳିତ ବର୍ଷ ଜିଲ୍ଲାର ମଠ ମନ୍ଦିର ଗୁଡିକ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିବାବେଳେ ଏହି ମହାମାରୀ ରଜର ମାହୋଲକୁ ପୁରା ଫିକା କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.