ଉଦୟପୁର ହତ୍ୟା ଉପରେ ସଂଘର ବଡ଼ ବୟାନ: ଉସକାଇବା ଯୋଗୁଁ ନୁହେଁ, ବରଂ ତାଲିବାନୀ ଚିନ୍ତାଧାରାର ଥିଲା ପରିଣାମ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦ ମାମଲାରେ ସୁପ୍ରିମ କୋର୍ଟ ନୂପୁର ଶର୍ମାଙ୍କ ଉପରେ କଡା ଟିପ୍ପଣୀ କରିଛନ୍ତି । କୋର୍ଟ କହିଥିଲେ ଦେଶର ବର୍ତ୍ତମାନ ସ୍ଥିତିରେ ଯାହା ସବୁ ହେଉଛି, ସେଥିପାଇଁ ନୂପୁର ଶର୍ମା ଦାୟୀ । ଅନ୍ୟପଟେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଉଦୟପୁର ହତ୍ୟାକାଣ୍ଡକୁ ତାଲିବନୀ ଘଟଣା ବୋଲି କହିଛି। ଆରଏସଏସ କହିଛି,ଏହି ଘଟଣା ଉସକାଇବା ଯୋଗୁଁ ନୁହେଁ ବରଂ ଏକ ଖାସ ମାନସିକତା ଏବଂ ମନ୍ୟତାର ପରିମାଣ ଥିଲା।

ଆରଏସଏସର ପ୍ରଚାର ପ୍ରମୁଖ ସୁନୀଲ ଆମ୍ୱେକର କହିଛନ୍ତି, ଉଦୟପୁରରେ ଯାହା ହେଲା, ତାହା ସାରା ଦୁନିଆରେ ବିନା ଉସକାଇବା ପରେ ବି ହେଉଛି। ହମସା, ଇସଲାମିକ୍ ଷ୍ଟେଟ୍, ତାଲିବାନ ସାମିଲ ଅଛି । ଆମ ଦେଶରେ ସିମି ଏବଂ ପିଏଫଆଇ ଅଛନ୍ତି । ଏହା ଉସକାଇବା କାରଣରୁ ହୋଇନାହିଁ । ଯଦି କେହି ଭାବୁଛି ଯେ ଏହା ସେହି ବୟାନ ଯୋଗୁଁ ହୋଇଛି, ତେବେ ସେ ଆହୁରି ଅଧିକ ପଢିବାର ଆବଶ୍ୟକତା ରହିଛି ।

ଏହାସହ ସେ କହିଛନ୍ତି, ଭଲ ଲୋକେ ବି ନିଜେ ଏତେ ମଜବୁତ ହେବା ଦରକାର ଯେ, ସେମାନେ ଅନ୍ୟକୁ ସାହାଯ୍ୟ କରିବା ସହ ଶାନ୍ତି ଭାଙ୍ଗିବାକୁ ଚାହୁଁଥିବା ଲୋକଙ୍କୁ ଅଟକାଇପାରିବେ। ଏହିପରି ପ୍ରସଙ୍ଗର ସମାଧାନ ପାଇଁ ସାମ୍ୱିଧାନିକ ପ୍ରକ୍ରିୟା ରହିଛି । ଯଦି କାହାକୁ ଆପତ୍ତି ଅଛି ତେବେ ସେ ସାମ୍ୱିଧାନିକ ପ୍ରକ୍ରିୟାରେ ଏହାର ସମାଧାନ କରିବାକୁ ପ୍ରୟାସ କରିବା ଦରକାର ।

ଦ ତାଲିବାନ: ୱାର ଆଣ୍ଡ ରିଲଜନ ଇନ ଅଫଗାନିସ୍ତାନ ଏବଂ ଦ ଫରଗଟନ ହିଷ୍ଟ୍ରୀ ଅଫ୍ ଇଣ୍ଡିଆ ନାମକ ପୁସ୍ତକର ଉନ୍ମୋଚନ ସମୟରେ ସେ ଏହା କହିଛନ୍ତି। ଆରଏସଏସ ପ୍ରଚାର ପ୍ରମୁଖ ତାଲିବାନକୁ ବୁଝିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.