ବିଜୟା ଦଶମୀରେ ଶସ୍ତ୍ରପୂଜା କଲେ ମୋହନ ଭାଗବତ, ଦେଶ ଉଦ୍ଦେଶ୍ୟରେ ଦେଲେ ଏକତାର ବାର୍ତ୍ତା

Published By : Prameya-News7 Bureau | October 12, 2024 IST

ମହାରାଷ୍ଟ୍ର ୧୨/୧୦: ଶନିବାର ସାରା ଦେଶ ପାଳୁଛି ବିଜୟା ଦଶମୀ । ଏହି ଅବସରରେ ଶସ୍ତ୍ର ପୂଜା କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ । ନାଗପୁର ସ୍ଥିତ ହେଡକ୍ବାର୍ଟରରେ ମୋହନ ଭାଗବତ ଶସ୍ତ୍ର ପୂଜା କରିଛନ୍ତି । ସଂଘୀୟ ପ୍ରାର୍ଥନା ଗାଇବା ସହ ଦେଶ ଉଦ୍ଦେଶ୍ୟରେ ଏକତାର ବାର୍ତ୍ତା ଦେଇଛନ୍ତି ମୋହନ । କହିଛନ୍ତି ସାରା ବିଶ୍ବରେ ଭାରତର ପ୍ରତିଷ୍ଠା ବଢିଛି,ଆଗକୁ ବଢୁଛି ଭାରତ,ଧାର୍ମିକ ମାଗରେ ପରିଚାଳିତ ହେବା ହିଁ ଆଜିର ଆହ୍ନାନ ବୋଲି କହିଛନ୍ତି । ଦେଶର କୋଣ ଅନୁକୋଣରୁ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଏହି ସ୍ବତନ୍ତ୍ର ଉତ୍ସବରେ ଯୋଡି ହୋଇଛନ୍ତି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ରାଷ୍ଟ୍ର ନିର୍ମାଣ ଓ ଜନସେବାର ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ।  ଶସ୍ତ୍ର ପୂଜା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ଇସ୍ରୋ ମୁଖ୍ୟ  କେ.ରାଧାକ୍ରିଷ୍ଣନ,ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ,କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । 

 

 

  • Maharashtra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.