ପୁରୀ ୯।୮: ଆରଏସଏସର ମୁଖ୍ୟ ମୋହନ ଭାଗବତ ପୁରୀ ଆସି ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସର କାର୍ଯ୍ୟକ୍ରମ ଉପରେ ସେ ଆଲୋଚନା କରିଥିଲେ । ତେବେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଉଦବେଗର ବିଷୟ । ଏହା ତୁରନ୍ତ ବନ୍ଦ ହେବା ଉଚିତ । ଶାନ୍ତି ପ୍ରତିଷ୍ଠା ଦ୍ବାରା ସବୁକିଛି ଉନ୍ନତି ହୋଇପାରିବ । ସେହିପରି ଦେଶରେ ଗୋ ହତ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏନେଇ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ସେହିପରି ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ତାଙ୍କର ମତାମତ ନିଆଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଜଗଦଗୁରୁ । ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟରେ ଅଯଥା ରାଜନୈତିକ ହସ୍ତକ୍ଷେପ ବନ୍ଦ ହେବା ଉଚିତ ବୋଲି ମତ ରଖିଛନ୍ତି ଜଗଦଗୁରୁ । ଶ୍ରୀମନ୍ଦିରର ବିଭିନ୍ନ ନିଷ୍ପତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଙ୍କରାଚାର୍ଯ୍ୟଙ୍କର ମତାମତ ନିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।
You Can Read: