ନେତାଜୀଙ୍କ ସ୍ୱପ୍ନ ଅଧୁରା ରହିଛି, ମିଳିମିଶି ପୂରଣ କରିବାକୁ ପଡିବ: ମୋହନ ଭାଗବତ

Published By : Prameya-News7 Bureau | January 23, 2023 IST

କୋଲକାତା: ସାରା ଦେଶରେ ସୋମବାର ମହାନ ସ୍ୱାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଉଛି । ଆଜିର ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ପଶ୍ଚମବଙ୍ଗରେ ବଡ଼ ଧରଣ ଆୟୋଜନ କରାଯାଇଛି । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପକ୍ଷରୁ ମଧ୍ୟ ଏଠାରେ ଭଗ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କୋଲକାତାର ସହିଦ ମୀନାର ମୈଦାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ ନେତାଜୀ ନିଜର ପୂରା ଜୀବନକୁ ଦେଶ ପାଇଁ ସମର୍ପି କରିଥିଲେ । ନେତାଜୀ ଜୀବନର ଅନେକ ସମୟ ବନବାସରେ ବାତାଇଥିଲେ । ଦେଶ ପାଇଁ ସେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ ।

କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ପ୍ରମୁଖ ମୋହନ ଭାଗବତ କହିଥିଲେ ଯେ ଆଜି ସାରା ଦୁନିଆ ଭାରତ ଆଡକୁ ଆଶାର ସହ ଦେଖୁଛି । ନେତାଜୀଙ୍କ ସ୍ୱପ୍ନ ଏବେ ପୂରଣ ହୋଇ ନାହିଁ । ଆମେ ସମସ୍ତେ ମିଶି ଏହାକୁ ପୂରଣ କରିବାକୁ ହେବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ପୂର୍ବ ପୁରୁଷମାନେ ଦେଖାଇଥିବା ମାର୍ଗକୁ ଆପଣାଇ ଆମେ ବିଶ୍ୱରେ ଶାନ୍ତି ଏବଂ ଭାଇଚାର ପ୍ରସାର କରିପାରିବା ।

ସଂଘର ଦକ୍ଷିଣ ବଙ୍ଗେଲ ପ୍ରାନ୍ତର ପ୍ରଚାର ପ୍ରମୁଖ ବିପ୍ଲବ ରାୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପାଇଁ କୋଲକାତା ଏବଂ ହାୱଡାରୁ ପ୍ରାୟ ୧୫ ହଜାରରୁ ଅଧିକ ସ୍ୱଂୟସେବକ ଭାଗ ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.