ବିଶ୍ୱକପ୍‌ ୨୦୨୩ : କୋଲକାତାରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲା, ଜିତିଲେ ଭାରତ ସହ ଟକ୍କର

Published By : Prameya-News7 Bureau | November 16, 2023 IST

କୋଲକାତା ୧୬।୧୧ : ବିଶ୍ୱକପ୍‌ ୨୦୨୩ । ଗୁରୁବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲ୍‌ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଆଉ ଦକ୍ଷିଣ ଆଫ୍ରିକା । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌।

ଖବର ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୯ଟି ମୁକାବିଲା ଖେଳିଛି ।ଯେଉଁଥିରେ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତର ସାମ୍ନା କରିଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ଥିଲା । ଆଉ ୨ୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଥିଲା ।

wp:embed {"url":"https://www.prameyanews7.com/virat-kohli-breaks-sachin-tendulkars-world-record/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-breaks-sachin-tendulkars-world-record/
/wp:embed

ସେହିପରି ଅଷ୍ଟ୍ରେଲିଆ ଲିଗ୍‌ ପର୍ଯ୍ୟାୟରେ ବି ୯ଟି ମୁକାବିଲା ଖେଳିଥିଲା । ଯେଉଁଥିରୁ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି । ଆଉ ତୃତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି ।

wp:embed {"url":"https://www.prameyanews7.com/virat-kohli-creating-history-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-creating-history-today/
/wp:embed

ବର୍ତ୍ତମାନ ସୁଦ୍ଧା ଉଭୟ ଟିମ୍‌ ମଧ୍ୟରେ ୧୦୯ ଥର ମୁକାବିଲା ହୋଇଛି । ଯେଉଁଥିରେ ଦକ୍ଷିଣ ଆଫ୍ରିକା ୫୫ ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୫୦ଟିରେ ବିଜୟୀ ହୋଇଛି । କିନ୍ତୁ ସେମି ଫାଇଟ୍‌ରେ ଅଷ୍ଟ୍ରେଲିଆ ଆଗରେ ରହିଛି । ନିଜର ପୂର୍ବ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିବାକୁ ଆଶା ରଖିଛି ଦକ୍ଷିଣ ଆଫ୍ରିକା । କିନ୍ତୁ ଅଷ୍ଟ୍ରେଲିଆ ଏତେ ସହଜରେ ରାସ୍ତାକୁ ଛାଡିବନାହିଁ । ଇତିହାସ କହୁଛି ଅଷ୍ଟ୍ରେଲିଆ ଯେତେଥର ସେମିକୁ ଯାଇଛି । ସେତେଥର ବିଜୟୀ ହୋଇଛି । ତେବେ ଦେଖାଯାଉ କାହା ସପକ୍ଷରେ ଯାଉଛି ଗୁରୁବାର ହେବାକୁ ଥିବା ମ୍ୟାଚ୍‌ ।

wp:embed {"url":"https://www.prameyanews7.com/pakistani-cricketer-abdul-razzaq-issues-apology/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistani-cricketer-abdul-razzaq-issues-apology/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.