ଦକ୍ଷିଣ ଆଫ୍ରିକା-ଭାରତ ତୃତୀୟ ଦିନିକିଆ, ଉଭୟ ଟିମ୍‌ ପାଇଁ ଆଜି 'କର ବା ମର' ସ୍ଥିତି

Published By : Prameya-News7 Bureau | December 21, 2023 IST

ପାର୍ଲ ୨୧।୧୨ : ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ସିରିଜ୍‌ । ଆଜି ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ । ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି । ଉଭୟ ଟିମ୍‌ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି । ତେଣୁ ଗୁରୁବାର ଦିନ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ଯେଉଁ ଟିମ୍‌ ବିଜୟୀ ହେବ । ସେହି ଟିମ୍‌ ହିଁ ସିରିଜ୍‌କୁ ନିଜ ନାମରେ କରିବାରେ ସଫଳ ହେବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ ଟା ୩୦ ମିନିଟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ ।

ସିରିଜ୍‌ ପ୍ରଥମ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ବିଜୟୀ ହୋଇଥିଲା । ଯାହାଫଳରେ ତିନିଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଥିଲା ଟିମ୍‌ ଇଣ୍ଡିଆ । ହେଲେ ୨ୟ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିଥିଲେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ । ଦମ୍‌ଦାର ଖେଳ ପ୍ରଦର୍ଶନ କରି ୨ୟ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଭାରତକୁ ୮ ଓ୍ୱିକେଟ୍‌ରେ ପରାସ୍ତ କରିଥିଲା । ଯାହାଫଳରେ ସିରିଜ୍‌ରେ ଉଭୟ ୧-୧ରେ ସ୍ଥିତିରେ ରହିଥିଲେ । ତେବେ ଏହିକ୍ରମରେ ଗୁରୁବାର ଦିନ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ । ଯେଉଁ ଟିମ୍‌ ଏହି ମ୍ୟାଚ୍‌ରେ ବିଜୟୀ ହେବ । ସେହି ଟିମ୍‌ ସିରିଜ ହାତେଇବ ।

ତେବେ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଏବେ ଯାଏଁ ୮ଟି ଦିନିକିଆ ସିରିଜ୍‌ ଖେଳାଯାଇଛି । ଯେଉଁଥିରେ ମାତ୍ର ଗୋଟିଏ ସିରିଜ୍‌ ହିଁ ଜିତିବାରେ ସଫଳ ହୋଇଛି । ବାକି ଅନ୍ୟ ସମସ୍ତ ସିରିଜ୍‌କୁ ଘରୋଇ ଦକ୍ଷିଣ ଆଫ୍ରିକା ନିଜ ନାମରେ କରିବାରେ ସଫଳ ହୋଇଛି । ୨୦୧୮ରେ ଭାରତୀୟ ଏହି କାର୍‌ନାମା କରିଥିଲା । ତେଣୁ ୨୦୨୩ରେ ଟି-୨୦ ସିରିଜ୍‌ର ବିଜୟ ପରେ ଦିନିକିଆ ସିରିଜ୍‌କୁ ନିଜ ନାଁରେ କରିବାକୁ ନଜର ରଖିଛି ଭ୍ରମଣକାରୀ ଦଳ । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ନିଜ ପୂର୍ବ ରେକର୍ଡକୁ କାଏମ ରଖିବାକୁ ଉଦ୍ୟମ କରିବ ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା : ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜର୍ଜି, ରାସି ଭାନ୍‌ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ୍‌ କ୍ଲାସେନ, ଡେଭିଡ୍‌ ମିଲର, ଆଣ୍ଡିଲ ଫେଲୁକ୍ୱାୟୁ, ୱିଆନ୍‌ ମୁଲଡର, ନାନ୍ଦ୍ରେ ବର୍ଗର, କେଶବ ମହାରାଜ, ତାବ୍ରେଜ ସାମ୍‌ସି ।

ଭାରତ : ଋତୁରାଜ ଗାଏକୱାଡ, ବି ସାଇ ସୁଦର୍ଶନ, ରଜତ ପାତିଦାର/ରିଙ୍କୁ ସିଂହ, ତିଳକ ବର୍ମା, କେଏଲ୍‌ ରାହୁଲ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଅଭେଶ ଖାନ, କୁଲଦୀପ ଯାଦବ, ମୁକେଶ କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.