୩ କର୍ମଚାରୀଙ୍କୁ ପାଖରୁ ଛଡ଼ାଇ ନେଲେ ସାଢ଼େ ୬ ଲକ୍ଷ ଟଙ୍କା : କରୋନା କଟକଣା ଭିତରେ ବଢ଼ି ଚାଲିଛି ଲୁଟପାଟ୍

Published By : Prameya-News7 Bureau | August 06, 2020 IST

କେନ୍ଦ୍ରାପଡା୬/୮: କରୋନା କଟକଣାରେ ଭିତରେ ବଢ଼ି ଚାଲିଛି ଲୁଟପାଟ୍। ଆଜି ଛୁରି ଦେଖାଇ ଏକ ଘରୋଇ କର୍ମଚାରୀଙ୍କ ପାଖରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। କଟକ-ଚାନ୍ଦବାଲି ରାସ୍ତା ପଥରକଣୀ ଠାରେ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ସେହି ଘରୋଇ କମ୍ପାନୀର ୩ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଟଙ୍କା ଲୁଟି ଦେଇଥିବା ଅଭିଯୋଗ ହୋଇଛି। ସେହିପରି ଗତକାଲି ବରମୁଣ୍ଡାରେ ଜଣେ ମହିଳାଙ୍କୁ ଠାରୁ ଦୁର୍ବୃତ୍ତମାନେ ୯୧ ହଜାର ଟଙ୍କା ଲୁଟି ନେଇଥିଲେ। ସେହିଦିନ  ମଧ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି କିଛି ଦିନ କରୋନା କଟକଣାରେ ଭିତରେ ଦୁର୍ବୃତ୍ତମାନେ ଲୁଟପାଟ କରିବା ଛାଡ଼ି ନାହାନ୍ତି। ଦିନ ଦିପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ କଳାକନା ବୁଲାଇ ଛୁ ମାରୁଛନ୍ତି ଲୁଟେରା। ତେଣୁ କରୋନା ସମୟରେ ଏଭଳି ଘଟଣା ବାରମ୍ବାର ସମୟ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.