ଦେଶର ସବୁଠୁ ବଡ଼ ସିଭିଲ୍‌ ଟେଣ୍ଡର, ବୁଲେଟ୍‌ ଟ୍ରେନ୍‌ ପାଇଁ L&T ସହ ୨୫ ହଜାର କୋଟିର ଚୁକ୍ତି କଲେ ସରକାର

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭/୧୧: ଅହମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନ୍‌ ଯୋଜନା ପାଇଁ ୨୫୦୦୦ କୋଟିର ଚୁକ୍ତି। ଏନେଇ ଗୁରୁବାର ଲାର୍ସେନ୍‌ ଓ  ଟୁବ୍ରୋ (ଏଲ ଆଣ୍ଡ ଟି) ସହ ଚୁକ୍ତି ସ୍ବାକ୍ଷର କରିଛି ନ୍ୟାସନାଲ୍‌ ହାଇ ସ୍ପିଡ୍‌ ରେଲ୍‌ କର୍ପୋରେସନ୍‌(ଏନଏଚ୍‌ଏସ୍‌ଆରସିଏଲ୍‌)। ଏହା ଦେଶର ସର୍ବ ବୃହତ୍ତ  ସରକାରୀ-  ଅନୁଦାନ ପ୍ରାପ୍ତ ସିଭିଲ୍‌ ଚୁକ୍ତି ବୋଲି ଜଣାପଡ଼ିଛି।

{"id":111088,"sizeSlug":"large"}

ସେପଟେ  ଚୁକ୍ତି ସ୍ବାକ୍ଷର ପରେ ନିର୍ମାଣ କମ୍ପାନୀ ଏଲ୍‌ ଆଣ୍ଡ ଟି ତତ୍ପରତା ପ୍ରକାଶ କରିଛି। କାର୍ଯ୍ୟ ଆରମ୍ଭ କରିବାକୁ ନିର୍ମାଣ କମ୍ପାନୀର କର୍ମଚାରୀ କାର୍ଯ୍ୟସ୍ଥଳରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ୩୨୫ କି.ମିର ଏହି ରେଳ ଲାଇନ୍‌ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଏନଏଚ୍‌ଏସ୍‌ଆରସିଏଲ୍‌ କମ୍ପାନୀକୁ କହିଥିବା ବେଳେ ପ୍ରଥମେ ଗୁଜୁରାଟରୁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦେଶ ଦେଇଛନ୍ତି। ଏଭଳି ଏକ ଫ୍ଲାଗସିପ୍‌ ପ୍ରୋଜେକ୍ଟ ପାଇଁ ମହାରାଷ୍ଟ୍ରରେ ଆବଶ୍ୟକ ଜମିକୁ ଅପେକ୍ଷା ନକରି କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ କହିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟରୁ ଜଣାପଡ଼ିଛି।

ସେପଟେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି କରିବାର ଆବଶ୍ୟକତା ଥିବା ବେଳେ ଏଭଳି ଏକ ଯୋଜନା ଆରମ୍ଭ କରିଯାଇଛି ବୋଲି ଏକ ଉତ୍ସବରେ ଉଦ୍‌ବୋଧନ ଦେଇ କହିଛନ୍ତି ଭାରତରେ ଜାପାନ ରାଷ୍ଟ୍ରଦୂତ ସତୁଶି ସୁଜୁକି। ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପ୍ରୋଜେକ୍ଟ ଶେଷ ହୋଇଯିବା ପରେ କେନ୍ଦ୍ର ସରକାର ଏଭଳି ଟ୍ରେନ୍‌ କରିଡର ଅନ୍ୟ ପ୍ରମୁଖ ୭ଟି ରୁଟ୍‌ରେ ନିର୍ମାଣ କରିବେ ବୋଲି ରେଳ ବୋର୍ଡ ସିଇଓ ତଥା ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି।

ଏଭଳି ଏକ ବୃହତ୍ତ ନିର୍ମାଣ କାର୍ଯ୍ୟରେ କେବଳ ଅଭିଜ୍ଞତା ସମ୍ପନ୍ନ ଇଞ୍ଜିନିୟର, ଟେକନିସିଆନ୍‌, ଡିଜାଇନର ଓ ଆର୍କିଟେକ୍ଟସ୍‌ କାମ କରିବେ ତାହା ନୁହେଁ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକମାନେ ବି ନିର୍ମାଣ କାର୍ଯ୍ୟରେ ଲାଗିବେ ବୋଲି ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.