୨୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ବାଇକ୍ ସହ ଅଭିଯୁକ୍ତ ଗିରଫ
9/12/2022 at 9:44 PM

ଜଳେଶ୍ଵର: ୨୧୦ଗ୍ରାମ ବ୍ରାଉନ ସୁଗାର ଏବଂ ବାଇକ ସହିତ ଜଣେ ଗିରଫ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ହେ। ଗିରଫ ଯୁବକ ଜଣକ ହେଲେ ଶେଖ ଶଲାମୁଦ୍ଦିନ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଦିନକୁ ଦିନ ବଢିଚାଲିଛି। ଯାହାକି ଅବକାରୀ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ବ୍ରାଉନ ସୁଗାର ବେପାରୀ ଜଳେଶ୍ୱର ଅଂଚଳ ଛାଡି ବର୍ତ୍ତମାନ ସମୟରେ ବସ୍ତା ଥାନା ମୁହାଁ ହେଉଛନ୍ତି।
ବସ୍ତା ଥାନା ସଦାନନ୍ଦପୁର ଗ୍ରାମର ଶେଖ ସଲାମୁଦ୍ଦିନ ଟିଭିଏସ ରାଇଡର ବାଇକ ଯୋଗେ ବ୍ରାଉନ ସୁଗାର ନେଇଯାଉଥିବା ଖବର କୌଣସି ସୂତ୍ରରୁ ଖବର ପାଇ ଅବକାରୀ କମିଶନର ଆଶିଷ କୁମାର ସିଂ .ଡେପୁଟି କମିଶନର ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶରେ ଅବକାରୀ ସେଟଲାଇଟ ଥାନା, ବାଲେଶ୍ୱର ଓ ଜଳେଶ୍ୱର ଅବକାରୀ ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ବସ୍ତା ଥାନା ପତ୍ରଝଡ଼ା ଛକଠାରେ ଶେଖ ସଲା ମୁଦ୍ଦିନକୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୦ ଗ୍ରାମ ବ୍ରାଉନ ସୁଗାର ଏବଂ ବାଇକ ଜବତ କରିଛି ବିଭାଗ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ହେବ। ଅବକାରୀ ପୋଲିସ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।