ଯୋଗୀଙ୍କ ସୁରକ୍ଷାରେ ସାମିଲ ହେବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଖର୍ଚ୍ଚ ହେବ ୧ କୋଟିରୁ ଅଧିକ

Published By : Prameya-News7 Bureau | June 19, 2024 IST

ଉତ୍ତରପ୍ରଦେଶ ୧୯/୬: ଆହୁରି କଡାକଡି ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା । ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ ଅତ୍ୟଧୁନିକ ଯନ୍ତ୍ରପାତି । ଯୋଡିହେବ ଅତ୍ୟାଧୁନିକ ଡ୍ରୋନ,ବଡି ୱର୍ଣ୍ଣ କ୍ୟାମେରା  ଓ ନାଇଟ ଭିଜନ ଡିଭାଇସ । ଏଥିପାଇଁ ଖର୍ଚ୍ଚ ହେବ ୧କୋଟିରୁ ଅଧିକ ଟଙ୍କା । ଯେଉଁଥିରେ ୯୧ଟି ଉପକରଣ କିଣାଯିବ । ଅଧିକାଂଶ ସମୟରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଆସିଥାଏ । ଏସବୁକୁ ଲକ୍ଷ୍ୟ କରି ଉତ୍ତରପ୍ରଦେଶ ପୋଲିସ ଯୋଗୀଙ୍କ ସିକ୍ୟୁରିଟୀ ବଢାଇବାକୁ ଯୋଜନା କରିଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ରାଜ୍ୟପାଳ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କର ମଧ୍ୟ ସିକ୍ୟୁରିଟିକୁ ବୃଦ୍ଧି କରାଯିବା ନେଇ ସୂଚନା ଦେଇଛି ଉତ୍ତରପ୍ରଦେଶ ପୋଲିସ । 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.