ଓସ୍କାର ୨୦୨୩ ପାଇଁ ଆମେରିକା ଗଲେ ଜୁନିୟର ଏନଟିଆର, ଏୟାରପୋର୍ଟରେ ଆସିଲେ ନଜର
6/03/2023 at 1:47 PM

ମୁମ୍ଵାଇ ୦୬।୦୩: ‘RRR’ ଫେମ୍ ଜୁନିୟର ଏନଟିଆର । ଓସ୍କାର ୨୦୨୩ରେ ସାମିଲ୍ ହେବା ପାଇଁ ଆମେରିକା ଯାଉଛନ୍ତି। ଜୁନିୟର ଏନଟିଆର ଖୁବ୍ ଶୀଘ୍ର ଓସ୍କାର ୨୦୨୩ରେ ଅଭିନେତା ରାମ ଚରଣ, ଏସ୍ ରାଜାମୌଲିଙ୍କ ସମେତ ଫିଲ୍ମର ବାକି ଦଳରେ ଯୋଗଦେବେ। ସୋମବାର ସକାଳେ ତାଙ୍କୁ ବିମାନବନ୍ଦରରେ କଳା ଡେନିମ୍ ପ୍ୟାଣ୍ଟ, ସ୍ଵଟ୍ ସାର୍ଟ ସହ ଏକ ବ୍ୟାକପ୍ୟାକ୍ ଧରିଥିବାର ନଜର ଆସିଥିଲେ।
ରାମ ଚରଣ ପୂର୍ବରୁ ଆମେରିକାରେ ଅଛନ୍ତି। ଯେଉଁଠାରେ ସେ ଆମେରିକାର ଗଣମାଧ୍ୟମକୁ ଏକ ସାକ୍ଷାତକାର ମଧ୍ୟ ଦେଇଛନ୍ତି। ବେଷ୍ଟ ସଙ୍ଗ କାଟଗରୀରେ ଆସଥିବା ଏସଏମ କିରବାନୀଙ୍କ ଚାର୍ଟବଷ୍ଟର ଗୀତ ‘ନାଟୁ ନାଟୁ’ ଓସ୍କାର ୨୦୨୩ ପାଇଁ ମନୋନୀତ ହୋଇଛି । ଅନୁମାନ କରାଯାଉଛି ଯେ ଜୁନିୟର ଏନଟିଆର ଏବଂ ରାମ ଚରଣ ଏଠାରେ ଓସ୍କାର ମନୋନୀତ ଗୀତ ‘ନାଟୁ ନାଟୁ’ରେ ପରଫମାନ୍ସ କରିବେ। ହେଲେ ଏବେ ଖବର ଆସିଛି କି ଗାୟକ ରାହୁଲ ସିପଲିଗୁଞ୍ଜ ଏବଂ କାଲ ଭୈରବ ଏହି ଗୀତକୁ ମଞ୍ଚରେ ଲାଇଭ୍ ଫରଫମାନ୍ସ ଦେବେ ।

୧୨ ମାର୍ଚ୍ଚରେ ଲସ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୫ତମ ଏକାଡେମୀ ଆୱାର୍ଡ (ଅନୁଷ୍ଠିତ ହେବ । ରାଜାମୌଲି, ଏନଟିଆର, ରାମ ଚରଣ ଏବଂ ‘RRR’ର ସମସ୍ତ ଟିମ୍ ଗ୍ରାଣ୍ଡ ନାଇଟ୍ ରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି।