ଜାପାନରେ 'RRR' ଜଲୱା, ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ

Published By : Prameya-News7 Bureau | October 31, 2022 IST

ମୁମ୍ଵାଇ ୩୧।୧୦: ସାଉଥ୍‌ ସୁରଷ୍ଟାର ଜୁନିଅର ଏଟିଆର ଏବଂ ରାମଚରଣ । ତାଙ୍କ ଅଭିନୀତ ଫିଲ୍ମ ଆରଆରଆର  ସାରା ବିଶ୍ୱରେ ବ୍ଲକବଷ୍ଟର ହୋଇଛି । ଭାରତ ସମେତ ଭାରତ ବାହାରେ ବି ଜବରଦସ୍ତ କଲେକସନ୍‌ କରିଛି । ଅକ୍ଟୋବର ୨୧ରେ  ଜାପାନରେ ରିଲିଜ୍‌ ହୋଇଥିଲା ଆରଆରଆର । ଯାହା ବକ୍ସ ଅଫିସ୍‌ରେ ଧମାଲ୍‌ କରିବା ସହ ସେଠାରେ ସମସ୍ତଙ୍କ ହୃଦୟ ଜିତିଛି ।

ସାରା ବିଶ୍ୱରେ ଏହି ଫିଲ୍ମ ଏବେ ୧୨୦୦ କୋଟି ଟଙ୍କା କଲେକସନ୍‌ କରିଥିବା ବେଳେ ଏହି ଫିଲ୍ମ ଜାପାନରେ ବି ହଇଚଇ ସୃଷ୍ଟି କରିଛି । ଜାପାନୀ ଦର୍ଶକଙ୍କଠୁ ବହୁତ ପ୍ରଶଂସା ପାଇଛି। ଏଯ୍ୟନ୍ତ ଏହି ଫିଲ୍ମ ତାର ଯାଦୁ ଦେଖାଇବା ଜାରି ରଖିଛି । ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ବିଦେଶୀ ଫିଲ୍ମ ହୋଇପାରିଛି । ଫିଲ୍ମ ରିଲିଜ୍ ପୂର୍ବରୁ ପୁରା ଟିମ୍‌ ସହ ଏସ୍‌ ଏସ୍‌ ରାଜାମୌଲି, ଏନଟିଆର,ରାମଚରଣ ଜ।ପାନରେ ପ୍ରମୋସନ୍‌ କରିଥିଲେ। ସେହି ସମୟରେ ତାଙ୍କର ପୂରା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ତେବେ ଫିଲ୍ମଟି ୪୪ଟି ସହରରେ ରିଲିଜ୍‌ ହୋଇଛି । କେବଳ ଏତିକି ହିଁ ନୁହେଁ ୨୦୯ଟି ସ୍କ୍ରିନରେ ୩୧ଟି ମ୍ୟାକ୍ସ ସ୍କ୍ରିନରେ ମୁକ୍ତିଲାଭ କରିଛି । ଜ।ପ।ନରେ  ସେ ୭୩ ମିଲିୟନ୍‌ ଅର୍ଥାତ୍‌ ୪୯୫ ,୦୦୦ ଡଲାର କଲେକସନ୍‌ କରିଛି । ବର୍ତ୍ତମାନ ଆରଆରଆର ଜ।ପ।ନରେ ସର୍ବାଧିକ ଆୟକାରୀ ବିଦେଶୀ ଫିଲ୍ମ ହୋଇପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.