ଇତିହାସ ରଚିଲା RRR ! ‘ନାଟୁ ନାଟୁ’ ଗୀତ ଓସ୍କାର ପାଇଁ ମନୋନୀତ
24/01/2023 at 8:20 PM

ନୂଆଦିଲ୍ଲୀ: ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଆଉ ଏକ ଧମାଲ୍ କରିଛି। ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ ହୋଇଛି। ଗୀତକୁ ଶ୍ରେଷ୍ଠ ଓରିଜିନାଲ ସଙ୍ଗ୍ ବର୍ଗରେ ମନୋନୀତ କରାଯାଇଛି। ଗୀତରେ ସ୍ଵର ସଂଯୋଜନା ଦେଇଛନ୍ତି ଏମଏମ କିରଓ୍ଵାନୀ। ଏସଏସ ରାଜାମୌଲୀଙ୍କ ଏହି ବ୍ଲକବଷ୍ଟର ଫିଲ୍ମ ଓସ୍କାର ଆଓ୍ଵାର୍ଡରେ ଇତିହାସ ରଚିବାକୁ ଯାଉଛି। ଆମେରିକାର କାଲିଫର୍ଣ୍ଣିଆରେ ଏଲିସନ ଓ୍ଵିଲିୟମସନ ଏବଂ ରିଜ୍ ଅହମ୍ମଦ ଏହାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜିନାଲ୍ ଗୀତର ଗୋଲ୍ଡେନ ଗ୍ଲୋବ୍ ଆଓ୍ଵାର୍ଡ ମଧ୍ୟ ମିଳି ସାରିଛି।
ଏହା ସହିତ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଅଲ୍ ଦ୍ୟାଟ୍ ବ୍ରିଦସ୍କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗ ପାଇଁ ମନୋନୀତ କରାଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସୌନକ ସେନ। ନାଟୁ ନାଟୁ ଗୀତରେ ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ନାଚ ବେଶ ଉପଭୋଗ୍ୟ ରହିଛି। ଗୀତଟି ବିଶ୍ଵ ବଜାରରେ ବେଶ ଲୋକପ୍ରିୟତା ହାସଲ କରିଛି।
WE CREATED HISTORY!! 🇮🇳
— RRR Movie (@RRRMovie) January 24, 2023
Proud and privileged to share that #NaatuNaatu has been nominated for Best Original Song at the 95th Academy Awards. #Oscars #RRRMovie pic.twitter.com/qzWBiotjSe
ଏହା ପୂର୍ବରୁ ଆରଆରଆର ୨୮ମ କ୍ରିଟିକ୍ସ ଚଏସ ଆଓ୍ଵାର୍ଡ୍ସରେ ଶ୍ରେଷ୍ଠ ଅଣ ଇଂରାଜୀ ଫିଲ୍ମ ଏବଂ ନାଟୁ ନାଟୁକୁ ଶ୍ରେଷ୍ଠ ସଙ୍ଗୀତର ଆଓ୍ଵାର୍ଡ ମିଳିଥିଲା। ଏପରିକି ଏହି ଗୀତ ପାଇଁ ଆରଆରଆରକୁ ଗୋଲ୍ଡେନ ଗ୍ଲୋବରେ ବେଷ୍ଟ ଓରିଜିନାଲ ସ୍କୋର ଆଓ୍ଵାର୍ଡ ମିଳିଛି।
କାହାଣୀ କଣ
ଆରଆରଆର ୧୯୨୦ର ଦୁଇ ସ୍ଵାଧୀନତା ସଂଗ୍ରାମୀ ଅଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି। ଏହି ଦୁଇ ଚରିତ୍ରରେ ରାମ ଚରଣ ଏବଂ ଜୁନିୟର ଏନଟିଆର ଅଭିନୟ କରିଥିଲେ। ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏସଏସ ରାଜାମୌଲୀ।