ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବିଦେଶରେ ଧମାଲ୍‌ କରୁଛି ‘RRR’, ଗଭର୍ଣ୍ଣର ଆୱାର୍ଡରେ ପହଞ୍ଚିଲେ ରାଜାମୌଲି

20/11/2022 at 1:54 PM

ମୁମ୍ଵାଇ ୨୦।୧୧: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘RRR’ । ଏହା କେବଳ ଘରୋଇ ବକ୍ସ ଅଫିସରେ ନାହିଁ, ବିଦେଶରେ ମଧ୍ୟ ଅନେକ ହଇଚଇ ସୃଷ୍ଟି କରୁଛି। ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆରଆରଆର’ ବିଶ୍ୱରେ ଏକ ହଜାର କୋଟିରୁ ଅଧିକ କଲେକସନ୍‌ ଶୀର୍ଷ ଛୁଇଁଛି। ଏହି ଚଳଚ୍ଚିତ୍ରର ଫେମ୍‌ କ୍ରମାଗତ ଭାବରେ ବିଦେଶରେ ବୃଦ୍ଧି ପାଉଛି । ବର୍ତ୍ତମାନ ରାଜାମୌଲି ଗଭର୍ନର୍ସ ଆୱାର୍ଡ ୨୦୨୨ରେ ଯୋଗ ଦେଇଥିଲେ ।

ଫିଲ୍ମ ‘RRR’ କୁ ଓସ୍କାରରେ ମନୋନୀତ କରିବାକୁ ମଧ୍ୟ ଦାବି ରହିଛି, ହେଲେ ଏହା ସମ୍ଭବ ନୁହେଁ। ବର୍ତ୍ତମାନ ଓସ୍କାର ସହିତ ଜଡିତ ଏକ ଆଡଭାନ୍ସ ପ୍ରୋଗ୍ରାମ ଗଭrର୍ଣ୍ଣର ଆୱାର୍ଡ, ଆମେରିକାର ଲସ୍ ଆଞ୍ଜେଲସରେ ଆୟୋଜିତ ହୋଇଥିଲା। ଏହି ପୁରସ୍କାର କାର୍ଯ୍ୟରେ ଅନେକ ପ୍ରସିଦ୍ଧ ସେଲିବ୍ରିଟିଙ୍କୁ ସମ୍ମାନିତ କରାଯାଇଥିଲା ।  କିନ୍ତୁ ଏସ୍ ଏସ୍‌ ରାଜାମୌଲି ମଧ୍ୟ ଏହି ଆୱର୍ଡ ଶୋ’ରେ ଭାଗ ନେଇଥିଲେ ।

ଏହା ବ୍ୟତୀତ ଏହି ଚଳଚ୍ଚିତ୍ର ୫୦ତମ ସେଟର୍ଣ୍ଣ ଆୱାର୍ଡରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛି । ବେଷ୍ଟ ଆକ୍ସନ୍ ଆଡଭେଞ୍ଚର, ବେଷ୍ଟ ଡାଇରେକ୍ଟ୍ ସହିତ ଅନେକ କାଟାଗରୀରେ ‘RRR’ ମନୋନୀତ ହୋଇଥିଲା । ଏହାପୂର୍ବରୁ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ବାହୁବଲୀ: ଦି କନକ୍ଲୁଜନ’ ମଧ୍ୟ ସେଟର୍ଣ୍ଣ ଆୱାର୍ଡ ପାଇଛି।

   Related Posts