ବିରୋଧ ପରେ RRB, NTPC ଏବଂ ଗ୍ରୁପ୍‌ ଡି ପରୀକ୍ଷା ସ୍ଥଗିତ କଲା ରେଲ୍‌ୱେ, ଯାଞ୍ଚ ପାଇଁ ଗଠନ ହେଲା କମିଟି

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ, ୨୬/୦୧: ପରୀକ୍ଷାର୍ଥୀଙ୍କ ବିରୋଧ ପରେ ରେଲ୍‌ୱେ ପକ୍ଷରୁ କରାଯାଉଥିବା  RRB, NTPC ଏବଂ ଗ୍ରୁପ୍‌ ଡି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।  ବିଭାଗ ପ୍ରଦର୍ଶନକାରୀ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଯାଞ୍ଚ କରିବା ପାଇଁ କମିଟି ଗଠନ କରିଛି । ପରୀକ୍ଷାର୍ଥୀଙ୍କ ଅଭିଯୋଗ ବିଚାର କରିବା ପରେ ଏହାର ରିପୋର୍ଟ ରେଳ ମନ୍ତ୍ରଣାଳୟକୁ ପ୍ରଦାନ କରିବ । ରେଲ୍‌ୱେ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡର ନନ୍‌ ଟେକ୍ନିକାଲ୍‌ ପପୁଲାର କ୍ୟାଟେଗରୀ ପରୀକ୍ଷାର ଫଳାଫଳ ବିରୋଧରେ ଆଶାୟୀ ପୂର୍ବ ୩ ଦିନ ଧରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ରେଳ ବିଭାଗ ସୋମବାର ଗ୍ରୁପ୍‌ ଡି ଭର୍ତ୍ତିରେ କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ-୨ କରିବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ଅଧିକ ବିରୋଧ ପ୍ରଦର୍ଶନ କରିଛନ୍ତି ଆଶାୟୀ ।

ପୂର୍ବରୁ ଅସନ୍ତୁଷ୍ଟ ଆଶାୟୀ ଜାନୁଆରୀ ୨୬, ୨୦୨୨ରେ ବିଶାଳ ଆନ୍ଦୋଳନ କରିବା ପାଇଁ ଘୋଷଣା କରିଥିଲେ । ରେଳ ରୋକ ଆନ୍ଦୋଳନ ଦେଶବ୍ୟାପି ସଫଳ କରିବା ପାଇଁ ଅଧିକରୁ ଅଧିକ ଆଶାୟୀଙ୍କ ପାଖକୁ ମେସେଜ୍‌ ପାଠାଯାଇଥିଲା । ଏହି ଆନ୍ଦୋଳନ ମାଧ୍ୟମରେ ଆଶାୟୀ ଏନ୍‌ଟିପିସି ଫଳାଫଳରେ ସଂଶୋଧନ, ଆର୍‌ଆର୍‌ବି ଗ୍ରୁପ୍‌ ଡି ପରୀକ୍ଷାରେ କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ-୨ ହଟାଇବା ପାଇଁ ଦାବି ଏବଂ ରେଲ୍‌ୱେ ଭର୍ତ୍ତି ପରୀକ୍ଷା ପାଇଁ କ୍ୟାଲେଣ୍ଡର ଜାରି କରିବା ସହିତ ଅନ୍ୟ ମୁଦ୍ଦାକୁ ନେଇ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.