Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆରପିଏଫ୍ ଜଓ୍ବାନଙ୍କୁ ଫାଶୀ ଦଣ୍ଡ, ଝାଡ଼ଖଣ୍ଡ ଟ୍ରିପଲ୍‌ ମର୍ଡର କେସ୍‌ରେ ରାୟ ଶୁଣାଇଲେ କୋର୍ଟ

16/03/2023 at 10:35 PM

ନୂଆଦିଲ୍ଲୀ, ୧୬/୦୩: ଝାଡ଼ଖଣ୍ଡର ବହୁଚର୍ଚ୍ଚିତ ଟ୍ରିପଲ୍‌ ମର୍ଡର କେସ୍‌ରେ ରାୟ ଶୁଣାଇଛନ୍ତି ସିଭିଲ କୋର୍ଟ। କୋର୍ଟ ଏହି ମାମଲାରେ ଅଭିଯୁକ୍ତ ଆରପିଏଫ୍ ଜଓ୍ବାନଙ୍କୁ ଫାସୀ ଦଣ୍ଡାଦେଶ ଦେଇଛନ୍ତି। ଆରପିଏଫ ଯବାନ ପଓ୍ବନ ସିଂହଙ୍କୁ ଗୋଟିଏ ପରିବାରର ତିନି ଜଣକୁ ହତ୍ୟା ଅଭିଯୋଗରେ ଏହି ଫାଶୀ ଦଣ୍ଡ ଶୁଣାଇଛନ୍ତି ରାମଗଡ଼ ସିଭିଲ କୋର୍ଟ। ତେବେ ଏହା ଝାଡ଼ଖଣ୍ଡ ରାମଗଡ଼ ସିଭିଲ କୋର୍ଟଙ୍କ ଦ୍ବାରା ଦିଆଯାଇଥିବା ପ୍ରଥମ ଫାଶୀ ଦଣ୍ଡାଦେଶ।

ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୧୭ ରେ ପଓ୍ବନ ସିଂହ ଗୋଟିଏ ପରିବାରର ପାଞ୍ଚ ଜଣକ ଉପରେ ନିଜର ସର୍ଭିସ୍‌ ବନ୍ଧୁକରୁ ଆଖିବୁଜା ଗୁଳିଚଳାଇଥିଲା। ଯେଉଁଥିରେ ୩ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ମୀନା ଦେବୀ ନାମକ ମହିଳା ଗର୍ଭବତୀ ଥିଲେ। ପ୍ରେମ ବ୍ୟାପାରକୁ ନେଇ ସେ ଏପରି କରିଥିଲେ ବୋଲି ସନ୍ଦେହ କରାଯାଉଥିଲା। ତେବେ ସିଂହ ଘଟଣା ପରେ ଫେରାର ହୋଇଯାଇଥିଲା।

ଏହାପରେ ହତ୍ୟାକାଣ୍ଡକୁ ନେଇ ସହରରେ ଆକ୍ରୋଶ ଦେଖାଦେଇଥିଲା। ମୃତକଙ୍କ ପରିବେଶ ଏବଂ ସ୍ଥାନୀୟ ଲୋକ ରେଳ ଟ୍ରାକ୍‌ ଉପରେ ମୃତଦେହ ରଖି ପଓ୍ବନର ଗିରଫ ଦାବି କରିଥିଲେ। ହତ୍ୟାର ତଦନ୍ତ କରୁଥିବା ପୋଲିସ୍‌ ଟିମ୍‌ ଶେଷରେ ୯ ମାସ ପରେ ୨୨ ମାର୍ଚ୍ଚ ୨୦୨୦ ରେ ବିହାର ଆରହା ଜିଲ୍ଲାର କରାଥ ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାରେ ଆହତ ସଞ୍ଜୟ ରାମ ଏବଂ ତାଙ୍କ ସାନ ଝିଅ ସୁମନ କୁମାରୀଙ୍କ ୧୬ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିଲା।

   Related Posts