ଆରପିଏଫ ଯବାନଙ୍କ ଅମାନବୀୟ କାଣ୍ଡ: କ୍ଷୀର ପାଇଁ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀ ଓ ଝିଅଙ୍କୁ ଗୁଳିକରି କଲା ହତ୍ୟା…

Published By : Prameya-News7 Bureau | August 19, 2019 IST

ରାମଗଡ଼୧୯|୮: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଳାର ବରକାକାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବରକାକାନା ପୋଲିସ ଆଉଟ ପୋଷ୍ଟରେ ଥିବା ରେଲଓ୍ବେ କଲୋନୀରେ ଆରପିଏଫର ଜଣେ ଯବାନ ସାମାନ୍ୟ କଥାରୁ ରେଳ କର୍ମଚାରୀଙ୍କ ଘରେ ପଶି ଗୁଳିକରି ପରିବାର ତିନିଜଣଙ୍କୁ ହତ୍ୟା କରିଛି। ଏହି ଫାରିଂରେ ଦୁଇଜଣ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ , ବରକାକାନା ରେଲଓ୍ବେ କଲୋନୀରେ ରହୁଥିବା ରେଳ କର୍ମଚାରୀ ଅଶୋକ ରାମ ଓ ଆରପିଏଫ ଯବାନ ପଓ୍ବନ ସିଂହ ମଧ୍ୟରେ କ୍ଷୀରକୁ କଥା କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ରେଳ କର୍ମଚାରୀ ଅଶୋକ ରାମଙ୍କ ଘରେ ପଶି ପଓ୍ବନ ସିଂହ ଫାରିଂ କରିଥିଲା। ଏହି ଫାରିଂରେ ଅଶୋକ ଓ ତାଙ୍କ ପତ୍ନୀ ଲିଲାବତୀ ଦେବୀଙ୍କ ମୃତ୍ୟୁ ଘଟଣାସ୍ଥଳ​‌ରେ ହୋଇଯାଇଥିଲା। ପରିବାର ଅନ୍ୟ ତିନିଜଣ ଗୁରୁତର ଭାବେ ଆହାତ ହୋଇଥିଲେ। ହସ୍ପିଟାଲ ଯିବା ବାଟରେ ଅଶୋକଙ୍କ ଝିଅ ବର୍ଷା ଦେବୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ସୂଚନା ମୁତାବକ, ଅଶୋକଙ୍କ ପୁଅ ସଂଜୟ ରାମ ଓ ଝିଅ ସୁମନ ଦେବୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଞ୍ଚି ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଛି। ଅଶୋକଙ୍କ ଛୋଟ ଝିଅ ପ୍ରିୟଙ୍କା ଅନ୍ୟ ଏକ କୋଠରୀ ଲୁଚି ଯାଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା। ପୋଲିସକୁ ପ୍ରିୟଙ୍କା କହିଛି ଯେ, ଆରପିଏଫ ଯବାନ ପଓ୍ବନ ସିଂହ ପ୍ରତିଦିନ କ୍ଷୀର ନେବାକୁ ତାଙ୍କ ଘରକୁ ଆସେ। ହେଲେ ଅଶୋକ ରାମ ଓ ପଓ୍ବନ ସିଂହ ମଧ୍ୟରେ କ୍ଷୀର କଥାକୁ ନେଇ ଝଗଡ଼ା ହୋଇଥିବା କଥା ତାଙ୍କ ଛୋଟ ଝିଅ ପ୍ରିୟଙ୍କା କହିଛନ୍ତି। ଗୁଳିକରି ହତ୍ୟା କରିବା ପରେ ହତ୍ୟାକାରୀ ଯବାନ ପଓ୍ବନ କୁଆଡ଼େ ଫେରାର୍‌ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.