ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ମହିଳା,ଟ୍ରେନ୍‌ରେ ଚଢିବା ବେଳେ ଖସି ଯାଇଥିଲା ମହିଳାଙ୍କ ଗୋଡ

Published By : Prameya-News7 Bureau | June 01, 2023 IST

ଆନ୍ଧ୍ରପ୍ରଦେଶ ୦୧/୦୬: ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା । ତେଲେଙ୍ଗାନା ବେଗମପେଟ୍ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରେ ଚଢିବା ବେଳେ ମହିଳାଙ୍କ ଗୋଡ ଖସି ଯାଇଥିଲା । ଭାରସାମ୍ୟ ହରାଇ ମହିଳା ଜଣକ ଟ୍ରେନ୍ ତଳକୁ ଖସି ଯାଉଥିଲେ । ସକାଳ ୯ଟା ସମୟର ଘଟଣା ।

wp:html /wp:html

ଲିଙ୍ଗାପପାଲୀ-ଫାଲକନାମା ଏକ୍ସପ୍ରେସ୍ ପହଞ୍ଚିଥିଲା । ଟ୍ରେନ୍ ଟି ଷ୍ଟେସନରେ କିଛି ସମୟ ଅଟକିବା ପରେ ଅଚାନକ ଛାଡିଥିଲା । ଏହି ସମୟରେ ଚଳନ୍ତା ଟ୍ରେନ୍ ରେ ଜଣେ ମହିଳା ଚଢିବାକୁ ଚେଷ୍ଟା କରିଥିଲେ । ତେବେ ଟ୍ରେନ୍ ର ଗତି ବଢି ଯିବା ଯୋଗୁ ମହିଳା ଜଣକ ଭାରସାମ୍ୟ ହରାଇ ଟ୍ରାକ୍ ଆଡକୁ ଖସି ଯାଉଥିଲେ ।

ଏହି ଘଟଣା ଆଖିରେ ପଡିବା ମାତ୍ରକେ ପାଖରେ ଉପସ୍ଥିତ ଥିବା RPF କନେଷ୍ଟବଳ କେ. ସୁନିଥା ଦୌଡି ଯାଇ ମହିଳାଙ୍କୁ ଭିଡ଼ି ଆଣିଥିଲେ, ଫଳରେ ନିଶ୍ଚିତ ବଡ଼ ଅଘଟଣରୁ ସେ ବର୍ତ୍ତି ଯାଇଥିଲେ । ଏଥିପାଇଁ ଦେବଦୂତ ସାଜି ଥିବା କେ. ସନିଥାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.