ନୂଆଦିଲ୍ଲୀ: ଭାରତୀୟ ବାଇକ ମାର୍କେଟରେ ନୂଆ ବାଇକ ଲଞ୍ଚ କରିଛି ରୟାଲ ଏନଫିଲ୍ଡ । ଏହି ନୂଆ ବାଇକର ନାଁ ରହିଛି ‘ଗୋଅନ କ୍ଲାସିକ ୩୫୦’ । ମୋଟୋଭର୍ସ ରାଇଡିଂ ଫେଷ୍ଟିଭାଲରେ କମ୍ପାନି ଏହି ବାଇକକୁ ଲଞ୍ଚ କରିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ବାଇକର ଫିଚର୍ସ ଏବଂ ପ୍ରାଇସ୍।
ରାୟଲ ଏନଫିଲ୍ଡର ନୂଆ ମୋଟରସାଇକେଲ ବବର ଷ୍ଟାଇଲରେ ଦେଖିବାକୁ ମିଳିବ। ଏଥିରେ ସିଙ୍ଗିଲ ସିଟ୍ ଲେଆଉଟ, ମିନି ଆପ ହ୍ୟାଙ୍ଗର ହ୍ୟାଣ୍ଡେଲବାର୍ ଭଳି ଫିଚର୍ସ ରହିଛି। ମୋଟରସାଇକେଲରେ ପଛ ସିଟ୍ ଅପ୍ସନାଲ ରହିଛି। ଏହା ବ୍ୟତୀତ ରୟାଲ ଏନଫିଲ୍ଡ ଗୋଅନ କ୍ଲାସିକ ୩୫୦ରେ ସିଆଟ୍ର ହ୍ବାଇଟ ବଲ୍ ଟାୟାର ସେଟ ଦିଆଯାଇଛି। ବାଇକରେ ସ୍ପୋକ ରିମ୍ ରହିଛି। ୩୫୦ ସିସି ସେଗମେଣ୍ଟରେ ପ୍ରଥମ ଥର କମ୍ପାନି ଟ୍ୟୁବଲେସ ଟାୟାର ସପୋର୍ଟ ରିମ୍ ବ୍ୟବହାର କରିଛି। ଗୋଅନ କ୍ଲାସିକ ୩୫୦ରେ ୧୬ ଇଞ୍ଚର ରିୟର ହ୍ବିଲ ରହିଥିବାବେଳେ ୧୯ ଇଞ୍ଚର ଫ୍ରଣ୍ଟ ହ୍ବିଲ ରହିଛି।
ଗୋଅନ କ୍ଲାସିକରେ ରୟାଲ ଏନଫିଲ୍ଡର ପ୍ରିମିୟମ ୬୫୦ସିସି ରେଞ୍ଜ ଭଳି ମେଟାଲ ସ୍ବିଚ କ୍ୟୁବ୍ସ ରହିଛି। ଏହାକୁ ଚାରିଟି ଆକର୍ଷଣୀୟ କଲର ଅପ୍ସନରେ ଲଞ୍ଚ କରାଯାଇଛି। ବାଇକର ସିଟ ଉଚ୍ଚତା ୭୫୦ ମିମି ରହିଛି। ତେବେ ବାଇକର ଇଞ୍ଜିନ କଥା କହିଲେ, ଗୋଅନ କ୍ଲାସିକରେ ୩୪୯ ସିସି ଇଞ୍ଜିନ ରହିଛି, ଯାହା ୨୦.୨ hp ଏବଂ ୨୭ nmର ଟର୍କ ଜେନେରେଟ କରିଥାଏ। ବାଇକର ମୁଖ୍ୟ ଚେସିସରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହାର କର୍ବ ଓ୍ବେଟ ୧୯୭ କିଲୋଗ୍ରାମ। ଏଥିରେ ୧୩ ଲିଟରର ଫୁଏଲ ଟ୍ୟାଙ୍କ ମିଳିବ।
ରାୟଲ ଏନଫିଲ୍ଡ ଗୋଅନ କ୍ଲାସିକ ୩୫୦ର ଏକ୍ସ ଶୋରୁମ ଦାମ୍ ୨.୩୫ ଲକ୍ଷ ଟଙ୍କାରୁ ୨.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ୩୫୦ ସିସି ସେଗମେଣ୍ଟରେ ଏହା ରୟାଲ ଏନଫିଲ୍ଡର ସବୁଠୁ ମହଙ୍ଗା ବାଇକ୍। ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଅନୁଯାୟୀ ଗୋଅନ କ୍ଲାସିକ ୩୫୦ ମୋଟରସାଇକେଲ ୪୨ ହଜାର ଟଙ୍କା ଅଧିକ।