AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

Royal Enfield Super Meteor 650 ଲଞ୍ଚ୍, କମ୍ପାନୀର ସବୁଠାରୁ ଦାମୀ ଓ ନୂଆ ଫିଚର ଥିବା ଟୁ-ହ୍ୱିଲର

16/01/2023 at 11:05 PM

ନୂଆଦିଲ୍ଲୀ: ଭାରତୀୟ ଟୁହୁଇଲର ବଜାରରେ ଏଣ୍ଟ୍ରି ମାରିଲା ରୟାଲ ଏନ୍‌ଫିଲ୍ଡ ସୁପର ମିଟିଅର ୬୫୦(Royal Enfield Super Meteor 650)। ଆଜି ଠାରୁ ଏହି ବାଇକ୍‌ ବିକ୍ରି ହେବା ଆରମ୍ଭ ହୋଇଛି। ଯାହାର ଏକ୍ସ ଶୋ ରୁମ ମୂଲ୍ୟ ୩.୪୯ ଲକ୍ଷ ରହିଛି। ୨୦୨୨ ରାଇଡର ମାନିଆ ୨୦୨୨ ନଭେମ୍ବରରେ ଏହି ବାଇକ୍ ଲଞ୍ଚ କରିଥିଲା। ତା ସହିତ ବାଇକ୍‌ ପାଇଁ ବୁକିଂ ବି ଆରମ୍ଭ ହୋଇଯାଇଥିଲେ। ଫେବ୍ରୁଆରୀ ୨୦୨୨ରେ ଏହାର ଡେଲିଭରି ଦେବା ଆରମ୍ଭ ହୋଇଯିବ।

ସୁପର ମିଟିଅର ୬୫୦ ଏପର୍ଯ୍ୟନ୍ତ ରୟାଲ ଏନ୍‌ଫିଲ୍ଡର ସବୁଠାରୁ ଦାମି ଓ ଅଧିକ ସୁବିଧା ଦିଆଯାଇଥିବା ଟୁ-ହୁଇଲର। ୬୫୦ ଟ୍ୱିନ ପ୍ଲାଟଫର୍ମରେ ସୁପର ମିଟିଅର ତୃତୀୟ ମଡେଲ। ଏଥିରେ ଅନେକ ନୂଆ ଫିଚର ଦିଆଯାଇଛି। ଟିୟର ସେପ୍‌ ଫୁଏଲ ଟ୍ୟାଙ୍କ ସହ ପ୍ରଥମ ଥର ପାଇଁ ସାରକୁଲାର ଏଲ୍‌ଇଡି ଲାଇଟ୍‌ ଦିଆଯାଇଛି।

ମେଟିଅର ୬୫୦ ମିଟିଅର ୩୫୦ ଡିଜାଇନ ଭଳି ଦେଖାଯାଉଥିଲେ ବି ଏଥିରେ ନୂଆ ଫିଚର ଦିଆଯାଇଛି। ଆଲୁମିନିୟମ ସ୍ୱିଚ୍ କବ୍ସ, ୬୪୮ ସିସି ପାରେଲ-ଟ୍ୱିନ/ ଏୟାର କୁଲେଡ୍ ଇଞ୍ଜିନ ୬ ସ୍ପିଡ୍ ଗିଅର ବକ୍ସ ରହିଛି। ୭,୨୫୦ ଆର୍‌ପିଏମ୍‌ରେ ୪୭ଭିଏଚ୍‌ପି ଥିବା ବେଳେ ୫,୬୫୦ ଆର୍‌ପିଏମ୍ ଉପରେ ୫୨.୩ ଏନ୍‌ଏମ୍‌ ଆଉଟପୁଟ ଦେଉଛି।  ନୂଆ Royal Enfield Super Meteor 650 ରେ ୧୨୦ ଏମ୍‌ଏମ୍‌ ଟ୍ରାଭେଲ ଅଫ୍ ଫ୍ରଣ୍ଟ ସହ ୪୩ ମିମି ଅପ୍‌ସାଇ଼୍‌ ଡାଉନ୍‌ ଫୋର୍କ୍ସ ଦିଆଯାଉଛି। ୧୦୧ ଏମ୍‌ଏମ୍ ଟ୍ରାଭେଲ ସହ ରିୟର ସାଇଟ୍‌ରେ ଦୁଇ ସକ୍‌ ଅବ୍‌ଜରବର ମଧ୍ୟ ଦିଆଯାଇଛି। ସାମ୍ନାରେ ୧୯ ଇଞ୍ଚ୍ ଓ ରିୟରେ ୧୬ ଇଞ୍ଚ୍ ଚକ ଦିଆଯାଇଛି। ଏଥିସହିତ ଅନ୍ୟାନ୍ୟ  ସୁବିଧା ମଧ୍ୟ ଦିଆଯାଇଛି।  

   Related Posts