350 ccର ୪ଟି ନୂଆ ବାଇକ୍‌ ଲଞ୍ଚ କରିବ Royal Enfield, ଜାଣନ୍ତୁ କଣ ରହିବ ଫିଚର୍ସ ?

Published By : Prameya-News7 Bureau | November 19, 2021 IST

ଚେନ୍ନାଇ ୧୯/୧୧: ଲୋକପ୍ରିୟ ବାଇକ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ନିଜର ୩୫୦ ସିସି ସେଗମେଣ୍ଟରେ ଆହୁରି ୪ଟି ମୋଟର ସାଇକେଲ୍‌ ଲଞ୍ଚ କରିବାକୁ ଯାଉଛି। କ୍ଲାସିକ୍‌ ୩୫୦ର ଚାହିଦା କିଛି କମ୍‌ ନଥିବା ବେଳେ କମ୍ପାନୀ ବଡ଼ ନିଷ୍ପତ୍ତି ନେଇଛି। ଏହି ୪ଟି ମଡେଲ୍‌ର ବାଇକ ଖୁବଶୀଘ୍ର କିମ୍ବା କିଛି ବର୍ଷ ମଧ୍ୟରେ ମାର୍କେଟକୁ ଆସିବାକୁ ଯାଉଛି।

RE Bullet 350

{"id":546585,"width":692,"height":467,"sizeSlug":"full","linkDestination":"none"}

ନ୍ୟୁ ଜେନେରେସନ୍‌ ରୟାଲ ଏନଫିଲ୍ଡ ବୁଲେଟ ୩୫୦ ନୂଆ ପ୍ଲାଟଫର୍ମ ଆଧାରିତ। ଏହାର ଡିଜାଇନ୍‌ ଏବଂ ମେକାନିଜମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ମଡେଲ୍‌ରେ ନୂଆ ୩୫୦ ସିସି ଇଞ୍ଜିନ୍‌ ମିଳିବ। ଯାହାକି ୨୦.୨ ବିଏଚପି ପାଓ୍ବାର ଏବଂ ୨୭ ଏନଏମ ଟର୍କ ଜେନେରେଟ୍‌ କରିବ।

RE Hunter 350

{"id":546596,"width":702,"height":474,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ, ରୋଡଷ୍ଟରର ନାଁ RE Hunter 350 ରହିବ। ଏହାର ଅଧିକାଂଶ ଡିଜାଇନ୍‌ Meteor ଭଳି ରହିବ। କିନ୍ତୁ ଏହାର ଓଜନ Meteorଠୁ କମ୍‌ ରହିବ।

RE Scram 411

{"id":546594,"width":745,"height":503,"sizeSlug":"full","linkDestination":"none"}

 ରୟାଲ ଏନଫିଲ୍ଡ Scram 411 ନାମର ବ୍ୟବହାର ଆସିବାକୁ ଥିବା ହିମାଳୟାନ୍‌ ଉପ​‌ରେ ଆଧାରିତ ସ୍କ୍ରାମ୍ବଲର ମୋଟର ସାଇକେଲ୍‌ ପାଇଁ ହୋଇପାରେ। ଏହି ଆଡଭେଞ୍ଚର ବାଇକ୍‌ ଅନ୍ୟ ରୟାଲ ଏନଫିଲ୍ଡ ବାଇକ୍‌ ତୁଳନାରେ ଶସ୍ତା ରହିବ।

RE Classic 350 Bobber

{"id":546590,"width":735,"height":497,"sizeSlug":"full","linkDestination":"none"}

ଆସିବାକୁ ଥିବା RE Bobber ମୋଟର ସାଇକେଲ୍‌ ନୂଆ କ୍ଲାସିକ୍‌ ୩୫୦ ଉପରେ ଆଧାରିତ। ବାଇକ୍‌ରେ ବବର  ଷ୍ଟାଇଲ୍‌ ହେଡଲାବର, ସିଙ୍ଗଲ ସିଟ୍‌ ୟୁନିଟ୍‌ ଏବଂ ହ୍ବାଇଟ୍‌ ବଲ୍‌ ଟାୟାର ରହିବ। ଏହାର ଷ୍ଟାଇଲ୍‌ ଏବଂ ଡିଜାଇନ୍‌ ୨୦୧୯ରେ ବଜାରକୁ ଆସିଥିବା KX 838 ଠାରୁ ପ୍ରେରିତ ହୋଇପାରେ। ବାଇକ୍‌ରେ Meteor ଭଳି ୨୦.୨ ବିଏଚପି ୩୫୦ ସିସି ଇଞ୍ଜିନ୍‌ ଦିଆଯିବାକୁ ଥିବା ବେଳେ ଏହା ଅନ୍ୟ ବାଇକ୍‌ ଠାରୁ ମହଙ୍ଗା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.