ମାତ୍ର ୧୮ ହଜାର ଟଙ୍କାରେ ରୟାଲ ଏନଫିଲ୍ଡ-350 ! ବୁଲେଟ୍‌ ମୂଲ୍ୟକୁ ଦେଖି ଚକିତ ହୋଇଗଲେ ୟୁଜର୍ସ

Published By : Prameya-News7 Bureau | September 15, 2024 IST

News7

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବୁଲେଟ୍-350 ହେଉଛି ଭାରତର ସର୍ବ ପୁରାତନ ତଥା ଲୋକପ୍ରିୟ ବାଇକ୍। କିଛି ଗ୍ରାହକଙ୍କ ପାଇଁ ଏହି ବାଇକ୍ ଏକ ଇମୋସନ୍। ଅନେକ ବାଇକ୍ ଆସି ଭାରତୀୟ ବଜାରରେ ଯାଇଛନ୍ତି। କିନ୍ତୁ ରୟାଲ୍ ଏନଫିଲ୍ଡ-350 ସିସି ବର୍ଷ ବର୍ଷ ଧରି ଏକ ଲୋକପ୍ରିୟତା ବଜାୟ ରଖିଛି। ଏହା ଦେଶର ସବୁଠାରୁ ମହଙ୍ଗା ମୋଟରସାଇକେଲ ମଧ୍ୟରୁ ଅନ୍ୟତମ। କମ୍ପାନୀର ବୁଲେଟ୍-350ର ଅନ୍-ରୋଡ୍ ମୂଲ୍ୟ ବର୍ତ୍ତମାନ ୧.୮୦ ଲକ୍ଷରେ ପହଞ୍ଚିଛି। କିନ୍ତୁ ଏହି ବାଇକର ଏକ ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାଇକର ମୂଲ୍ୟ ମାତ୍ର ୧୮,୭୦୦ ଟଙ୍କା ରହିଛି।

ଗତ କିଛି ବର୍ଷ ମଧ୍ୟରେ, ବୁଲେଟ୍-350 ବାଇକ୍ ଟିକେ ଅପଡେଟ୍ ହୋଇଛି କିନ୍ତୁ ଏହାର ସାମଗ୍ରିକ ଡିଜାଇନ୍ ସମାନ ରହିଛି। ଗତ କିଛି ବର୍ଷ ମଧ୍ୟରେ ଏହାର ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଆସିଛି। ସୋସିଆଲ୍ ମିଡିଆରେ ବୁଲେଟ୍-350ର 1986 ମସିହାର ବିଲ୍ ଭାଇରାଲ ହୋଇଛି। ବାଇକର ମୂଲ୍ୟ ମାତ୍ର ୧୮,୭୦୦ ଟଙ୍କା ଥିଲା। ଏହି ବିଲ୍ ୨୩ ଜାନୁୟାରୀ ୧୯୮୬ରେ ଝାଡଖଣ୍ଡର ବୋକାରୋରେ ସନ୍ଦୀପ ଅଟୋ କମ୍ପାନୀ ନାମକ ଜଣେ ଡିଲରଙ୍କ ଦ୍ୱାରା ଜାରି କରାଯାଇଛି।

 ଏହି ବିଲ୍ ରୋୟାଲେନଫିଲ୍ଡ_4567k ନାମକ ଏକ ଇନଷ୍ଟାଗ୍ରାମ ପେଜ୍ ଦ୍ୱାରା ସେୟାର କରାଯାଇଛି। ଯୁଜର୍ସ ଏହାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କେତେକ ୟୁଜର୍ସ ମୂଲ୍ୟର ପାର୍ଥକ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.