ନିରାଶ କଲେ ମଧ୍ୟକ୍ରମ, ଏଲିମିନେଟର ମୁକାବିଲାରେ ଆରସିବିର ଲଢୁଆ ସ୍କୋର

Published By : Prameya-News7 Bureau | May 22, 2024 IST

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଏଲିମିନେଟର ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୮ ଓ୍ଵିକେଟ୍‌ ହରାଇ ୧୭୨ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ ରଜତ ପାଟିଦାର ସର୍ବାଧିକ ୩୪ ରନ କରିଥିବା ବେଳେ ମହିପାଲ ଲୋମରୋର ୩୨ ରନ ଓ ବିରାଟ କୋହଲି ୩୩ ରନ କରିଛନ୍ତି। ରାଜସ୍ଥାନ ସମ୍ମୁଖରେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି। ରାଜସ୍ଥାନ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଶାଳ ସ୍କୋର କରିପାରିନି। ବୋଲିଂରେ ରାଜସ୍ଥାନ ପକ୍ଷର ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୧୯ ରନ ଦେଇ ୨ଟି ଓ୍ଵିକେଟ୍  ଓ ଅଭେଶ ଖାନ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତିବା ଦଳ ଦ୍ଵିତୀୟ କ୍ଵାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ହାରିବା ଦଳ ଆଇପିଏଲ୍ ୨୦୨୪ରୁ ବିଦାୟ ନେବ। 

Also read: ଜିତିବା ହାରିବାରେ ପଡିବନି ଫରକ୍‌ ? IPL ଟିମ୍‌ ଉପରେ ହେବ ଟଙ୍କା ବର୍ଷା…

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସିସ୍ ୩୭ ରନ ଯୋଡ଼ିଥିଲେ। ରାଜସ୍ଥାନ ବୋଲର ଶାଣିତ ବୋଲିଂ କରି ଆରମ୍ଭରୁ ବେଙ୍ଗାଲୁରୁ ବ୍ୟାଟରଙ୍କୁ ଚାପରେ ରଖିଥିଲେ। ଡୁ ପ୍ଲେସିସ୍ ୧୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ୩୩ ରନ କରି ଆଉଟ୍ ହେବା ଦଳକୁ ବଡ଼ ଝଟକା ଲାଗିଥିଲା। କ୍ୟାମେରୁନ ଗ୍ରୀନ ୨୭ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଖାତା ଖୋଲି ପାରି ନ ଥିଲେ। କ୍ରିଜରେ  ଜମିଥିବା ରଜତ ପାଟିଦାର ୩୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ନିମ୍ନ କ୍ରମରେ ମହିପାଲ ଲୋମରୋର ଦ୍ରୁତ ବ୍ୟାଟିଂ କରି ୧୭ ବଲରୁ ୩୨ ରନ କରିବାରୁ ବେଙ୍ଗାଲୁରୁ ୮ ଓ୍ଵିକେଟ୍ ହରାଇ ୧୭୨ ରନର ଲଢୁଆ ସ୍କୋର କରି ପାରିଛି। ଦିନେଶ କାର୍ତ୍ତିକ ୧୧ ରନ କରି ଆଉଟ୍ ହୋଇଥିଲେ। ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୧୯ ରନ ଦେଇ ୨ଟି ଓ୍ଵିକେଟ୍  ଓ ଅଭେଶ ଖାନ ୩ଟି ଓ୍ଵିକେଟ୍ ନେଇଛନ୍ତି।

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.