WPL 2024 : ୟୁପି ଓ୍ୱାରିଅର୍ସକୁ ୨୩ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ

Published By : Prameya-News7 Bureau | March 05, 2024 IST

ବେଙ୍ଗାଲୁରୁ ୦୫।୦୩ : ମହିଳା ପ୍ରିମିୟର ଲିଗ୍‌ ୨୦୨୪ । ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯାଇଥିଲା ଟୁର୍ଣ୍ଣାମେଣ୍ଟର ୧୧ତମ ମ୍ୟାଚ୍‌ । ଏହି ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୨୩ ରନ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍‌ ହରାଇ ୧୯୮ ରନ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୮ ୱିକେଟ୍‌ ହରାଇ ୧୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସ୍ମୃତି ମନ୍ଧନା ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ୟୁପି ୱାରିୟର୍ସ ପାଇଁ ଭାରି ପଡ଼ିଥିଲା । ଘରୋଇ ଦଳର ୨ଓପନର ସ୍ମୃତି ମନ୍ଧନା ଓ ଏସ ମେଘନା ପ୍ରାରମ୍ଭରୁ ଆକ୍ରମଣାତ୍ମକ ସଟ୍‌ମାନ ଖେଳି ୫୧ରନ୍‌ ସଂଗ୍ରହ କରିଥିଲେ । ୨୧ଟି ବଲ୍‌ରୁ ୨୮(୫ଚୌକା) ରନ୍‌ କରି ମେଘନା ପ୍ରଥମେ ଆଉଟ୍‌ ହୋଇଥିଲେ । ମାତ୍ର ମନ୍ଧନାଙ୍କୁ ଅଟକାଇବା ୟୁପି ୱାରିୟର୍ସ ବୋଲରଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ଅନ୍ୟ ପଟରେ ଏଲିସ ପେରୀ ମଧ୍ୟ ଦର୍ଶନୀୟ ସଟ୍‌ମାନ ଖେଳିଥିଲେ । ଉଭୟ ପରବର୍ତ୍ତୀ ୬୪ଟି ବଲ୍‌ରେ ୯୫ ରନ୍‌ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୪୬ରେ ପହଞ୍ଚି ଯାଇଥିଲା । ମନ୍ଧନା ୫୦ଟି ବଲ୍‌ରୁ ୧୦ଚୌକା ଓ ୩ଛକା ବଳରେ ୮୦ ରନ୍‌ କରିଥିବାବେଳେ ଦୀପ୍ତି ଶର୍ମାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ପେରୀ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ରିଚା ଘୋଷଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ୪୨ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୮୮ ବେଳେ ପେରୀ ବ୍ୟକ୍ତିଗତ ୫୮(୪ଚୌକା, ୪ଛକା) ରନ ପାଭିଲିୟନ ଫେରିଥିଲେ । ରିଚା ଅପରାଜିତ ୨୧ ରନ୍‌ କରିବା ସହ ଦଳୀୟ ସ୍କୋରକୁ ୧୯୮ରେ ପହଞ୍ଚାଇଥିଲେ । ୟୁପି ୱାରିୟର୍ସ ପକ୍ଷରୁ ଦୀପ୍ତି, ଅଞ୍ଜଳି ସର୍ବାଣୀ ଓ ସୋଫି ଏକ୍ଲେଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

wp:embed {"url":"https://www.prameyanews7.com/fight-for-tickets-of-india-pakistan-match-price-reaches-rs-1-86-crore-in-icc-t-20-world-cup-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fight-for-tickets-of-india-pakistan-match-price-reaches-rs-1-86-crore-in-icc-t-20-world-cup-2024/
/wp:embed

୧୯୯ ରନ୍‌ର ଲକ୍ଷ୍ୟ ନେଇ ୟୁପି ୱାରିୟର୍ସ ମଧ୍ୟ ଦମ୍‌ଦାର ବ୍ୟାଟିଂ କରିଥିଲା । ଦୁଇ ଓପନର ଆଲିସା ହିଲି ଓ କିରଣ ନବଗିରେ ୪୭ ରନ୍‌ ସଂଗ୍ରହ କରିଥିଲେ । କିରଣ ବ୍ୟକ୍ତିଗତ ୧୮(୨ଚୌକା, ୧ଛକା) ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ଦଳ ସହଳ ଆଉ ୩ଟି ୱିକେଟ୍‌ ହରାଇଥିଲେ ହେଁ ହିଲି ଗୋଟିଏ ପଟେ ବିସ୍ଫୋରକ ବ୍ୟଟିଂ ଜାରି ôରଖ ସ୍ଥିତି ସୁଧାରିଥିଲେ । ଚାମରି ଆଟାପଟୁ ୮, ଗ୍ରେସ ହ୍ୟାରିସ ୫ ଓ ଶ୍ୱେତା ସେରାୱତ ୧ରନ କରିଥିଲେ । ହିଲି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ୧୧୩ରେ ପହଞ୍ଚାଇଥିଲେ । ସେ ୩୮ଟି ବଲ୍‌ରୁ ୫୫(୭ଚୌକା, ୩ଛକା) ରନ କରି ଆଉଟ୍‌ ହେବା ପରେ ବିପଦ ଘନେଇଥିଲା । ୟୁପି ଲାଇନ ଚ୍ୟୁତ ହୋଇଥିଲା । ମାତ୍ର ନିମ୍ନ ଭାଗରେ ଦୀପ୍ତି ଶର୍ମା ଓ ପୁନମ ଖେମାର ଲଢୁଆ ବ୍ୟାଟିଂ କରି ପରାଜୟ ଏଡ଼ାଇବାକୁ ପ୍ରୟାସ କରିଥିଲେ । ମାତ୍ର ବିଶାଳ ଲକ୍ଷ୍ୟ ଆଗରେ ଉଭୟଙ୍କ ସଂଘର୍ଷ ସଫଳ ହୋଇନଥିଲା । ଶେଷରେ ଦଳୀୟ ସ୍କୋର ୧୭୫ରେ ସୀମିତ ରହିଥିଲା । ଦୀପ୍ତି ୩୩, ପୁନମ୍‌ ୩୧ ରନ୍‌ କରି ଆଉଟ୍‌ ହୋଇଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ସୋଫି ଡିଭାଇନ୍‌, ସୋଫି ମୋଲିନକ୍ସ, ଜର୍ଜିୟା ୱାରେହାମ ଓ ଆଶା ଶୋଭନା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

wp:embed {"url":"https://www.prameyanews7.com/two-death-in-road-accident-at-kalinjipali/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-death-in-road-accident-at-kalinjipali/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.