ବେଙ୍ଗାଲୁରୁ ୨୪ା୦୨ : WPL ୨୦୨୪ । ଘରୋଇ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଡବ୍ଲ୍ୟୁପିଏଲ୍ର ୨ୟ ମୁକାବିଲା । ଏହି ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ୨ରନ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି ।
ଖବର ଅନୁଯାୟୀ, ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ୬ ୱିକେଟ୍ ବିନିମୟରେ ୧୫୭ ରନ୍ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୭ୱିକେଟ୍ ହରାଇ ୧୫୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ୧୫୮ରନ୍ ଲକ୍ଷ୍ୟ ହାସଲ କରିବା କଷ୍ଟକର ନୁହେଁ । ୟୁପି ୱାରିୟର୍ସ ନିକଟରେ ଯଥେଷ୍ଟ ଶକ୍ତିଶାଳୀ ବ୍ୟାଟିଂ ବିଭାଗ ରହିଥିଲା । ମାତ୍ର ଲେଗ୍ ସ୍ପିନର ଆଶା ଶୋଭନାଙ୍କ ଯାଦୁକରୀ ସ୍ପିନ୍ ବୋଲିଂର ମୁକାବିଲା କରିପାରି ନଥିଲା ୱାରିୟର୍ସ । ୧୭ତମ ଓଭରରେ ଆଶା ୩ଟି ୱିକେଟ୍ ନେଇ ବିଜୟ ଛଡ଼ାଇ ଆଣିଥିଲେ । ୱାରିୟର୍ସ ଓପନର ତଥା ଅଧିନାୟିକା ଆଲିସା ହିଲି ୫ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟ ଓପନର ବୃନ୍ଦା ଦିନେଶ ଓ ତାହିଲା ମ୍ୟାକ୍ଗ୍ରା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୪୮ରେ ପହଞ୍ଚାଇଥିଲେ । ନବମ ଓଭରରେ ଆଶା ଉଭୟଙ୍କୁ ଆଉଟ୍ କରିଥିଲେ ।
wp:embed {"url":"https://www.prameyanews7.com/mumbai-indians-women-beat-delhi-capitals-women-by-4-wkts/","type":"wp-embed","providerNameSlug":"prameya-news-7"} /wp:embedଏହାପରେ ଗ୍ରେସ ହ୍ୟାରିସ ଓ ଶ୍ୱେତା ସେରାୱତ ଦମ୍ଦାର ବ୍ୟାଟିଂ କରି ୭୭ ରନ୍ର ଭାଗିଦାରୀ ଗଠନ କରିବା ଫଳରେ ୟୁପି ବିଜୟ ନିକଟତର ହୋଇଥିଲା । ୧୬ ଓଭର ଶେଷ ସୁଦ୍ଧା ୟୁପି ୧୨୬ ରନ୍ ସଂଗ୍ରହ କରିନେଇଥିଲା । ୧୭ତମ ଓଭରରେ ଆଶା ଆଉ ୩ଟି ୱିକେଟ୍ ନେଇ ବିପର୍ଯ୍ୟୟ ଘଟାଇଥିଲେ । ଶ୍ୱେତା ୩୧, ଗ୍ରେସ ୩୮ ଓ କିରଣ ନାଭଗିରେ ୧ ରନ୍ କରି ଆଉଟ୍ ହୋଇଥିଳେ । ତଥାପି ୟୁପି ଲଢେଇ ଜାରି ରଖିଥିଲା ।
ତେବେ ଅନ୍ତିମ ଓଭରରେ ବିଜୟ ପାଇଁ ୧୧ ରନ୍ ଆବଶ୍ୟକ ହେଉଥିଲା । କ୍ରିଜରେ ଥିବା ଦୀପ୍ତି ଶର୍ମା ବହୁ ପ୍ରୟାସ କରିଥିଲେ ହେଁ ଜିତାଇ ପାରି ନଥିଲେ । ମାତ୍ର ୨ ରନ୍ରେ ଦଳ ପରାଜିତ ହୋଇଥିଲା । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ୟୁପି ୱାରିୟର୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ୬ୱିକେଟ୍ ହରାଇ ୧୫୭ ରନ୍ କରିଥିଲା । ଦଳ ପକ୍ଷରୁ ରିଚା ଘୋଷ ୩୭ଟି ବଲ୍ରୁ ୬୨(୧୨ଚୌକା) ରନ୍ କରିଥିଲେ । ସେହିପରି ଏସ ମେଘନା ୫୩(୭ଚୌକା, ୧ଛକା) ରନ୍ କରିଥିଲେ ।
wp:embed {"url":"https://www.prameyanews7.com/tension-in-balipatna-police-station/","type":"wp-embed","providerNameSlug":"prameya-news-7"} /wp:embed