AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରର twitter ଆକାଉଣ୍ଟ ହ୍ୟାକ୍‌

21/01/2023 at 4:33 PM

ବେଙ୍ଗାଲୁରୁ ୨୧।୧: ଆଇପିଏଲ ଫ୍ରାଞ୍ଚାଇଜି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଅଧିକାରୀକ ଟ୍ୱିଟର ଆକାଉଣ୍ଟ ଶନିବାର ହ୍ୟାକ୍ ହୋଇଯାଇଛି। ହ୍ୟାକରମାନେ ଆରସିବିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲର ନାମ ବଦଳାଇ ‘ବୋର୍ଡ ଏପ୍ ୟାଚ୍ କ୍ଲବ’ କରିଦେଇଛନ୍ତି। ହ୍ୟାକର୍ସ ଆରସିବିର ବାୟୋ ମଧ୍ୟ ବଦଳାଇ ଏଥିରେ ନୂଆ ଲିଙ୍କ ସାମିଲ କରିଦେଇଛନ୍ତି ଓ ଏହାର ଡିସପ୍ଲେ ପିକଚର ମଧ୍ୟ ବଦଳାଇ ଦେଇଛନ୍ତି। ହ୍ୟାକର୍ସ ବାୟୋରେ ସଦସ୍ୟ ହେବା ଲାଗି ଓପନ ସି..ରେ ଏକ ବୋରେଡ ଆପ୍ ଅଥବା ମ୍ୟୁଟେଣ୍ଟ ଆପ କ୍ରୟ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ତେବେ ୟୁଜରମାନେ ଏହାକୁ ଖୁବ୍ ଶୀଘ୍ର ଚିହ୍ନି ଦେଇଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଆରସିବି ଏପର୍ଯ୍ୟନ୍ତ ହ୍ୟାକର୍ସଙ୍କ ଦ୍ୱାରା ଟ୍ୱିଟ୍‌ କରାଯାଇଥିବା ସାମଗ୍ରୀ ହଟାଇ ନାହାନ୍ତି କି ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ କୌଣସି ସୂଚନା ଦେଇ ନାହାନ୍ତି। ଆରସିବି ତାଙ୍କ ଟ୍ୱିଟରରେ ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ପୋଷ୍ଟ ହେବା ପରେ ହ୍ୟାକର ଆକାଉଣ୍ଟ ହ୍ୟାକ କରି ଏଥିରେ ଅନାବନା ପୋଷ୍ଟିଂ କରିଛନ୍ତି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ସ ଏନଏଫଟି ପୋଷ୍ଟ ସେୟାର କରିବାରୁ ୟୁଜର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ତେବେ ଆରସିବିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୧ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ତେବେ ସେତେବେଳେ ଫ୍ରାଞ୍ଚାଇଜି ଏହାକୁ ତୁରନ୍ତ ରିଷ୍ଟୋର କରିଦେଇଥିଲେ। ତେବେ ଜାନୁୟାରୀ ୨୧ ତାରିଖ ଦିନ ହୋଇଥିବା ହ୍ୟାକ୍‌ ଏପର୍ଯ୍ୟନ୍ତ ରିଷ୍ଟୋର ହୋଇ ନାହିଁ। ଏଥିରେ ହ୍ୟାକରମାନେ ଅନାବନା ପୋଷ୍ଟିଂ କରିଚାଲିଛନ୍ତି। ଆରସିବି ଟ୍ୱିଟରରେ ୬.୪ନିୟୁତ ଫଲୋଅର ଅଛନ୍ତି। ସେପ୍ଟେମ୍ବର ୨୦୦୯ରେ ଏହାକୁ କ୍ରିଏଟ କରାଯାଇଥିଲା। ଆରସିବି ୫୮୫ ଜଣଙ୍କୁ ଫଲୋ ମଧ୍ୟ କରୁଛି।

   Related Posts