ଡେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ, ଆଖି ସାମ୍ନାରେ ଦେଖିଲେ ପର୍ଯ୍ୟଟକ
3/12/2022 at 3:37 PM

ସମ୍ବଲପୁର,୦୩/୧୨: ଡେବ୍ରିଗଡରେ ଦେଖାଦେଲା ମହାବଳ ବାଘ । ଅଭୟାରଣ୍ୟର ପ୍ରବେଶ ପଥରେ ଏହି ମହାବଳ ବାଘ ଦେଖିବାକୁ ମିଳିଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ । ପ୍ରଥମ କରି ପର୍ଯ୍ୟଟକ ଆଖି ସାମ୍ନାରେ ବାଘକୁ ଦେଖିଛନ୍ତି । ସାଇକେଲିଂ କରୁଥିବା ପର୍ଯ୍ୟଟକଙ୍କ ସାମ୍ନାରେ ରାଜା ପରି ନିର୍ଭୟରେ ରାସ୍ତା ଉପରେ ମହାବଳ ବାଘ ଚାଲୁଥିବା ଦେଖିବାକୁ ମିଳିଛି । ଯାହା ପୂର୍ବରୁ ଶିମିଳିପାଳ କିମ୍ବା ସାତକୋଶିଆରେ ଏମିତି ଦେଖିବାକୁ ମିଳିନି । ୫ ବର୍ଷ ପୂର୍ବରୁ ଡେବ୍ରିଗଡରେ ମହାବଳ ବାଘ ଥିବା କଥା ସାମ୍ନାକୁ ଆସିଥିବାବେଳେ ଆଜି ବାଘଟି ପର୍ଯ୍ୟଟକଙ୍କ ସାମ୍ନାକୁ ଆସିଥିଲା । ତେବେ ଡେବ୍ରିଗଡରେ ୧୦୦ଟି ଟ୍ରାପ କ୍ୟାମେରା ଲଗାଯାଇ ନିରୀକ୍ଷଣ କାର୍ଯ୍ୟ ପୂର୍ବରୁ ଚାଲୁ ରହିଥିବା ସୂଚନା ମିଳିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023