ରାଉରକେଲାରେ ନିମ୍ନ ମାନର ସୋରେଜ କାମ ଅଭିଯୋଗ
6/06/2018 at 1:47 PM

ଇସ୍ପାତ ସହର ରାଉରକେଲା ସ୍ମାର୍ଟ ସିଟି ଘୋଷଣା ହେବା ପରେ ସହରକୁ ସ୍ମାର୍ଟ କରିବା ପାଇଁ ଆରମ୍ବ ହୋଇଯାଇଛି ସୋରେଜ କାମ । ଆଉ ଏହି କାମ ଠିକା ସଂସ୍ଥା ଏଲ.ଏନ୍.ଟି କୁ ଦିଆଯାଇଥତ୍ବା ବଳେ ଠିକା ସଂସ୍ଥା ଏଲ.ଏନ୍.ଟି ନିଜେ କାମ ନକରି କାମ କରିବାକୁ ଦେଇଛି ଛୋଟ ଛୋଟ ଠିକାଦାର ମାନଙ୍କୁ ଯାହା ଫଳରେ କାମ ନିମ୍ନ ଧରଣର ହେବା ସହ ମନଇଛା କାମ କରୁଥତ୍ବା ର ଅଭିଯୋଗ ଆସିଛି । ଏମିତିକି କାମ ସାରି ମାଟି ମଧ୍ୟ ଉଠାଉନାହାନ୍ତି । କହିଲେ କେହି ଶୁଣୁନାହାନ୍ତି । ଠିକା ସଂସ୍ଥା , ପ୍ରଶାସନ, ବିଭାଗୀୟ ଅଧତ୍କାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ରାଉରକେଲାର ସୋରେଜ କାମ ।
ସୋରେଜ କାମ କିନ୍ତୁ ଠିକାଦାର ମାନେ ମନଇଛା କରୁଥତ୍ବାର ଅଭିଯୋଗ ଆସୁଛି । ରାସ୍ତା ଖୋଳି ଠିକ୍ ସେ ପାଇପ୍ ପକାଇ ପାନୀୟ ଜଳ ପାଇଁ ଯାଇଥିବା ପାଇପ୍ କାଟି କାମ କରୁଛନ୍ତି କିନ୍ତୁ କାମ ସରିବା ପରେ ଠିକ୍ ସେ ଫିଲିଙ୍ଗ କରୁନାହାନ୍ତି ଯାହା ଫଳରେ କାଦୁଅ ପଚ ପଚ ହେବା ସହ ଲୋକେ କାଦୁଅରେ ପଢ଼ି ଖଣ୍ଡିଆ ଖାବରା ହୋଇ ଡ଼।କ୍ତରଖାନାରେ ପଡୁଛନ୍ତି । ଛେଣ୍ଡ, କଳିଙ୍ଗ ବିହାର, ଡ଼େଲିମାର୍କଟେ୍ , ସିଭିଲ ଟାଉନ ସିପ୍ ସବୁଠାରେ ଏକା ଦଶା ।ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ।
ରାଉରକେଲା ସହରକୁ ସ୍ମାର୍ଟ ସିଟି ଘୋଷଣା ପରେ ସହରକୁ ସ୍ବଛ ସୁନ୍ଦର କରିବା ପାଇଁ ଯୋଜନା ଆରମ୍ବ ହୋଇଥତ୍ବା ବଳେ , ସୋରେଜ ଯୋଜନାରେ ଆସିଲାଣି ଅଭିଯୋଗ । ଠିକା ସଂସ୍ଥା , ବିଭାଗୀୟ ଅଧତ୍କାରୀ , ପ୍ରଶାସନର ମଧୁ ଚନ୍ଦିକା ସଂପର୍କ ଯୋଗୁଁ କାମ ନିମ୍ନମାନର ହେବା ସହ ସୋରେଜ ଯୋଜନାରେ ଆସିଥତ୍ବା ୩୪୦ କୋଟି ଟଙ୍କା ହରିଲୁଟ୍ କରାଯାଉଛି । ରାଉରକେଲାବାସୀଙ୍କୁ ସୁବିଧା ଜାଗାରେ ଲୋକେ ସାମ୍ନା କରୁଛନ୍ତି ଅସୁବିଧାର । ଅନ୍ୟ ପକ୍ଷରେ ରାଉରକେଲା ସ୍ମାର୍ଟ ସିଟିର ସିଇଓ କହିଛନ୍ତି ଅଭିଯୋଗ ଆମେ ପାଇଛୁ , ଲୋକେ ଯେପରୀ ଅସୁବିଧା ସମ୍ମୁଖତ୍ନ ନହବେ ସେଥତ୍ପାଇଁ ଠିକା ସଂସ୍ଥା କୁ ଦାଗିଦ କରିଛୁ , ନିମ୍ନ ଧରଣର କାମ ହେଉଥତ୍ଲେ ସୋରେଜ ବୋଡ଼ର୍ ଠିକା ସଂସ୍ଥା ଉପରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବ ।