ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ତିନି ଦିନ ତଳେ ଘରୁ ଉଠାଇନେଇଥିଲେ ୨ ଯୁବକ !
18/08/2022 at 2:41 PM

ରାଉରକେଲା ୧୮।୦୮: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସୁନ୍ଦରଗଡ଼ କୋଇଡା ଥାନା ସେଗ ସାହି ଜଙ୍ଗଲରୁ ମୃତଦେହ ଠାବ ହୋଇଛି । କୋଇଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାୟୀ, ତିନି ଦିନ ତଳେ ୨ଜଣ ଯୁବକ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ । ଏବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର କହିଛନ୍ତି । ପୋଲିସ ଘଟଣାସଂପର୍କରେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରୁଥିବା ସୂଚନା ମିଳିଛି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023