ରାଉରକେଲାରୁ ଅପହୃତା ନାବାଳିକା ଦିଲ୍ଲୀରୁ ଉଦ୍ଧାର, ବିକ୍ରି ଅଭିଯୋଗରେ ମହିଳା ଦଲାଲ ଗିରଫ

Published By : Prameya-News7 Bureau | February 09, 2020 IST

ରାଉରକେଲା ୯।୨: ରାଉରକେଲାରୁ ଅପହୃତ ନାବାଳିକା ଦିଲ୍ଲୀରୁ ଉଦ୍ଧାର । ଦିଲ୍ଲୀ ଗୁରଗାଓଁରୁ ନାବାଳିକାଙ୍କୁ ଉଦ୍ଧାର କରିଛି ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ସଂପୃକ୍ତି ଅଭିଯୋଗରେ ମହିଳା ଦଲାଲକୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଗୋପବନ୍ଧୁପାଲିରୁ ଗତ ଜାନୁଆରୀ ମାସରେ ନାବାଳିକା ଅପହରଣ ନେଇ ଅଭିଯୋଗ ହୋଇଥିଲା । ତାଙ୍କୁ ଦିଲ୍ଲୀକୁ ଚାଲାଣ କରାଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ଖୋଜାଖୋଜି କରିଥିଲା ।

ତେବେ ଦିଲ୍ଲୀ ଗୁରଗାଓଁରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉଦ୍ଧାର ନାବାଳିକାଙ୍କର ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ କରାଯିବା ପରେ ସିଡବ୍ଲୁସିକୁ ନାବାଳିକାଙ୍କୁ ହସ୍ତାନ୍ତର କରିଛି ପୋଲିସ । ତେବେ ଘଟଣାରେ ସଂପୃକ୍ତ ମହିଳା ଦଲାଲ ସୁନୀତା ସିଂକୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.