ରାଉରକେଲା କୋଏଲ ନଦୀରେ ଗାଧୋଇବାବେଳେ ବୁଡିଗଲେ ଦୁଇ ନାବାଳକ, ଜଣେ ମୃତ
10/10/2018 at 1:06 AM

ରାଉରକେଲା ୯/୧୦: ରାଉରକେଲା କୋଏଲ ନଦୀରେ ଗାଧୋଇବାବେଳେ ବୁଡିଗଲେ ଦୁଇ ନାବାଳକ। ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳ ଅନ୍ୟ ଜଣେ ନିଖୋଜ ରହିଥିଲେ। ମାଛ ଧରାଳି ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ପରେ ନିଖୋଜ ଥିବା ଅନ୍ୟ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଛନ୍ତି। ମୃତ ନାବାଳକର ନାଁ ଶିବ ଶଙ୍କର ମାଝୀ। ଆଜି ଅପରାହ୍ନରେ ସେକ୍ଟର ୧୬ସ୍ଥିତ ବାଲୁଘାଟ କୋଏଲ ନଦୀ ପଠାରେ ଦୁଇ ନାବାଳକ ଖେଳିବାକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ବେ ଦୁଇ ନାବାଳକ ନଦୀ ଭିତରକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। ନାବାଳକଙ୍କ ଘର ସେକ୍ଟର,7 ଭିଏସଏସ ପଲ୍ଲୀରେ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023