ଜିଏସ୍ଟି ଠକେଇ ଅଭିଯୋଗରେ ରାଉରକେଲା ସେଣ୍ଟ୍ରାଲ ଜିଏସ୍ଟି ସ୍ବତନ୍ତ୍ର ଟିମ୍ର ଚଢାଉ
21/05/2019 at 3:24 PM

ରାଉରକେଲା ୨୧|୫: ରାଉରକେଲା ସେଣ୍ଟ୍ରାଲ ଜିଏସଟିର ଏକ ସ୍ବତନ୍ତ୍ର ଟିମ୍ ଆଜି ସୁନ୍ଦରଗଡରେ ଚଢାଉ କରିଛି । ପାନ ମସଲା ବ୍ୟବସାୟୀ ଗୋପିନାଥ ତ୍ରୀପାଠୀଙ୍କ ସୁପର ମାର୍କେଟରେ ଥିବା ସାରଦା ଷ୍ଟୋର ସହ ତାଙ୍କ ଡେଙ୍ଗୀବାଡି ଘରେ ଜିଏସଟି ଟିମ୍ ଚଢାଉ କରି ଜବତ କରିଛି । ଫେକ୍ ଇନଭଏସ ସହ ଲକ୍ଷାଧିକ ଟଙ୍କାର ଜାଲ୍ ଜିଏସଟି କାଗଜ ପତ୍ର ଜବତ କରିଛି ।

ଗୋପିନାଥ ତ୍ରିପାଠୀ ଲକ୍ଷାଧିକ ଟଙ୍କାର ଜିଏସଟି ଠକେଇ କରିଥିବାର ଅଭିଯୋଗ ଥିବାବେଳେ ଜିଏସଟି ଟିମ୍ ଚଢାଉ କରି ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ଜରାପଡିଛି ଯେ ଲକ୍ଷାଧିକ ଟଙ୍କାର ଜିଏସଟି ଠକେଇ ହୋଇଛି ।