suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବର୍ଜ୍ୟ ନାଳରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି

9/06/2018 at 5:49 AM

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବର୍ଜ୍ୟ ନାଳରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଉଦିତ୍ ନଗର ଥାନା ପୋଲିସ ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତ ଜୁନ୍ ୩ତାରିଖରେ ଶୀତଳପଡାର ୫ଜଣ ଯୁବକ ଆରଏସପିର ୯ ନମ୍ବର ଆଉଟଫଲ ଡ୍ରେନ ଦେଇ ଚୋରୀ ଉଦ୍ଦେଶ୍ୟରେ ପ୍ଲାଣ୍ଟ ଭିତରେ ପଶିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ଭିତରେ ବାହାରକୁ ନଆସିବାରୁ ପରିବାର ପକ୍ଷରୁ ନିଖୋଜ ମାମଲା ରୁଜୁ ହୋଇଛି । ଗୋଟିଏ ପରିବାର ପକ୍ଷରୁ ଉଦିତନଗର ଥାନାରେ ଗତକାଲି ମାମଲା ରୁଜୁ ହୋଇଛି । କିନ୍ତୁ ୫ଜଣ ଯୁବକ ନିଖୋଜ ଥିବା ସନ୍ଦେହ କରାଯାଉଛି । ଥାନାରେ ଏତଲା ପରେ ଉଦିନଗର ଓ ଟାଙ୍ଗପାଲି ପୋଲିସ ମିଳିତ ଭାବେ ଷ୍ଟିଲ ଫ୍ଲାଣ୍ଟ ଭିତରକୁ ଯାଇ ତଦନ୍ତ କରିଛନ୍ତି । ଆଜି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି ।

Leave a Reply

   Related Posts