ରାଉରକେଲା ବିରମିତ୍ରପୁର ଫରେଷ୍ଟ ରେଞ୍ଜ ହାତୀବାରି ଅଞ୍ଚଳରେ ହାତୀ ଆତଙ୍କ
25/05/2018 at 5:29 AM

ରାଉରକେଲା ବିରମିତ୍ରପୁର ଫରେଷ୍ଟ ରେଞ୍ଜ ହାତୀବାରି ଅଞ୍ଚଳରେ ହାତୀ ଆତଙ୍କ । ୫ ବର୍ଷର ଶିଶୁକୁ ଦଳିଦେଲା ହାତୀ । ମୃତ ବାଳକ କୋକେରମା ବଡାଇକ ବସ୍ତିର କ୍ରୀଷ୍ଣା ବଡାଇକଙ୍କ ପୁଅ ରାହୁଲ ବଡାଇକ । ଘର ବାହାରେ ଶୋଇଥିବା ବେଳେ ଦଳି ଦେଲା ହାତୀ । ଗତକାଲି ରାତିରେ ସେହି ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ଓ ଗୋଟିଏ ମାଈ ହାତୀ ବୁଲୁଥିବାର ଲୋକେ ଦେଖିଥିଲେ ।