scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରୋଟାରୀ କ୍ଲବ ଅଫ୍‌ ଭୁବନେଶ୍ଵର ଏକ୍ସଲେନ୍ସି ଓ କେୟାର ହସ୍ପିଟାଲ ପକ୍ଷରୁ ସ୍ଵାସ୍ଥ୍ୟ ଶିବିର ଆୟୋଜିତ, ପରୀକ୍ଷା କଲେ ୧୫୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି

4/10/2023 at 7:51 PM

ଭୁବନେଶ୍ଵର: ସ୍ଵାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ଵାସ୍ଥ୍ୟ ହିଁ ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଶ୍ରେଷ୍ଠ ସମ୍ପତ୍ତି। ଆଜି ବି  ଅନେକ ଲୋକ ସମୟ ଅଭାବରୁ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହାଁନ୍ତି। ତେଣୁ ସେମାନେ କିଭଳି ସୁସ୍ଥ ରହିବେ ସେ ନେଇ ଅଣ୍ଟା ଭିଡିଛି ରୋଟାରୀ କ୍ଲବ ଅଫ୍‌ ଭୁବନେଶଶ୍ଵର ଏକ୍ସଲେନ୍ସି। ଏହି କ୍ରମରେ ସ୍ଥାନୀୟ ନୟାପଲ୍ଳୀ ସ୍ଥିତ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିକଟରେ ରୋଟାରୀ କ୍ଲବ ଅଫ୍‌ ଭୁବନେଶ୍ଵର ଏକ୍ସଲେନ୍ସି ଓ କେୟାର ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଅଛି। ଉତ୍ତର ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ।

ଏହି ଶିବିରରେ ପ୍ରାୟ ୧୫୦ରୁ ଊଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କେବଳ ଯେ ସ୍ବାସ୍ଥ୍ୟ ନୁହେଁ ଲୋକଙ୍କୁ ସେବା ଯୋଗାଇବା ପାଇଁ ଅହରହ ପ୍ରୟାସ କରୁଛି  ରୋଟାରୀ କ୍ଲବ ଅଫ୍‌ ଭୁବନେଶ୍ବର ଏକ୍ସଲେନ୍ସ। କେବଳ ବ୍ଲଡ ପ୍ରେସର, ସୁଗାର ଆଦି ନୁହେଁ ସମସ୍ତ ପ୍ରକାରର ପରୀକ୍ଷା କରାଯାଇଥିଲା। ଆଖି ଠାର ଆରମ୍ଭ କରି ଇସିଜି ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ଦ୍ଵାରା ପରାମର୍ଶ ମଧ୍ୟ ଦିଆଯାଇଥିଲା। ଲୋକଙ୍କ ପାଇଁ ଏହିଭଳି ଶିବିର ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।

Also read- ପାସ୍‌ କରିନାହାଁନ୍ତି IIT କି’ IIM, ହେଲେ ୧.୨୫ କୋଟି ପ୍ୟାକେଜ୍‌ରେ କରୁଛନ୍ତି ଚାକିରି

   Related Posts