Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଘରେ ଚାଲିଥିଲା ରୋଷେଇ, ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପରିବାର

22/10/2022 at 11:00 AM

ସାନଖେମୁଣ୍ଡି ୨୨/୧୦: ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଏହି ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଯିବା ପରେ ଘରୁ ବାହାରକୁ ପଳାଇ ଆସିଥିଲେ ପରିବାର ଲୋକ । ସୌଭାଗ୍ୟ ବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ନିଆଁ ଦାଉରୁ ରକ୍ଷା ପାଇଯାଇଛନ୍ତି ।

ହୁତୁ ହୁତୁ ହୋଇ ଘରୁ ନିଆଁ ବାହାରୁଥିବା ଦେଖି ଗ୍ରାମବାସୀ ମାନେ ଦୌଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପରେ ସ୍ଥିତି ଅଣାୟତ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ଏମିତି ଏକ ଅଘଟଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

   Related Posts